STORYMIRROR

Geetanjali Prusty

Others

3  

Geetanjali Prusty

Others

କବି ଓ କବିତା

କବି ଓ କବିତା

1 min
138

କବିର କବିତା କାବ୍ୟିକ ଚେତନା

ମିଳନ ମଞ୍ଜୁଳ ବାର୍ତ୍ତା

କବି ମାନସର ଆବେଗ ଆତୁର

ଐଶ୍ଵରିକ ପ୍ରାଣ ସତ୍ତା ll


କବିତାଟି ପରା କବି ହୃଦୟର

ପରିପୂର୍ଣ୍ଣ ରୂପକାନ୍ତି

ବେଦନା ବିଧୂର ଜୀବନର ସ୍ୱର

ପ୍ରୀତିଭରା ମୌନ ଜ୍ୟୋତି ll


କବି ପ୍ରାଣବହ୍ନି ଶୌର୍ଯ୍ୟ ବୀର୍ଯ୍ୟ ଅଗ୍ନି

ପ୍ରସ୍ଫୁଟିତ କବିତାରେ

ସୁମଞ୍ଜୁଳ ଭାଷା ସୃଷ୍ଟି ରେ ପରଷି

ହସି ଉଠେ ତୃପ୍ତି ଭରେ ll


ନିର୍ଲିପ୍ତ ନିଶୀଥେ ଭାଷା ସ୍ଵାକ୍ଷରରେ

ବିଭୋରିତ ଆତ୍ମା ପକ୍ଷୀ

ଅମୃତ ଦୁର୍ଲ୍ଲଭ ଛନ୍ଦମୟ ସୃଷ୍ଟି

ଇତିହାସ ଯା'ର ସାକ୍ଷୀ ll


ନୀଳ ନୟନାର ନିବିଡ଼ ଅଙ୍ଗନେ

ଘୋର ତମସାର କୋଳେ

କଳ୍ପନା ବିଳାସୀ କବି ଦେଖେ ସ୍ବପ୍ନ

କବିତା ପଂକ୍ତିର ମେଳେ ll


କବିତା ଜୀବନ କବିତା ମରଣ

କବିର ସେ ଗଣ୍ଠି ଧନ

ଲୋଡ଼ା ନାହିଁ ତା'ର ସପ୍ତ ଅଇଶ୍ଵର୍ଯ୍ୟ

କ୍ଷମତା ବା ଯଉବନ ll



Rate this content
Log in