STORYMIRROR

Sachidananda Kar

Children Stories

3  

Sachidananda Kar

Children Stories

କାଉ ଓ ସାନୁ

କାଉ ଓ ସାନୁ

1 min
189

ଶେଜରେ ଶୋଇ  ଶୁଣିଲା ସାନୁ

କାଉର କା' କା'

ମାଆ କହିଲେ  ପାହିଲା ରାତି

ଯା'ରେ ଉଠି ଯା'

ସାନୁ ଆସିଲା ଉଠି

ଅଗଣା ପରେ  ଥୋଇଲା ନେଇ

ଚାଉଳ ଦୁଇ ମୁଠି  ।।


ଚାଳରେ ବସି  ଡାମରା କାଉ

ତା'ଆଡେ ଥିଲା ଚାହିଁ

ଡାକିଲା ସିଏ   ଆ'ରେ କାଉ

ନାହିଁ କେ' ଏଠି ନାହିଁ

ଯା'ରେ ଖାଇ ଦେଇ

ଟଅକ୍ ଟାକ୍  ଟଅକ୍ ଟାକ୍

ଥଣ୍ଟରେ ତୋର ନେଇ  ।।


ବୁଝିଲା କାଉ  କଥାଟି ତା'ର

ଚାଳ ଉପରେ ଥାଇ

ଭାବିଲା ଯିବ  ଉଡିଉଡିକା

ଚାଉଳ ଦେବ ଖାଇ

ଆସିଲା ବେଗେ ଚାଲି

ଫେରିଲା ବେଳେ  କହି ସେ ଗଲା

ଆସିବି ପୁଣି କାଲି  ।।


ମୁରୁକି ହସ  ହସିଲା ସାନୁ

କାଉର କଥା ଶୁଣି

ତୋ ବାଟ ଚାହିଁ  ଥିବିରେ ମୁହିଁ

କହିଲା ସିଏ ପୁଣି

ଏମିତି ନିତି ଆ'

ବଡି ସକାଳୁ  ନିଦରୁ ମୋତେ

ଉଠେଇ ଦେଇ ଯା'  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍