STORYMIRROR

Debasis Ray

Others

3  

Debasis Ray

Others

କାଷ୍ଠପିତ୍ତୁଳI

କାଷ୍ଠପିତ୍ତୁଳI

1 min
292

                   

କାଠ ପିତ୍ତୁଳIଟିଏ କରିଦିଅ ପ୍ରଭୁ

ଏହା ହଉ ତବ ଇଚ୍ଛା

ମୋର ଏ ପ୍ରାର୍ଥନା ନୁହେଁ ଦେଖାଣିଆ

ବହୁତ ଦିନରୁ କରିଛି ଆଶା


ତୁମ୍ଭେ ହୋଇଯାଅ ଚପଳ ବାଳକ

ନୃତ୍ୟ କରାଅ ମୋତେ ଜୀବନ ଯାକ

ଭବସାଗର ରୁ ତରେଇବା ପାଇଁ

ସଙ୍ଗ ମୋର କେବେ ଛାଡ଼ନ୍ତୁ ନାହିଁ


ନିଶ୍ଚିହ୍ନ କରନ୍ତୁ ହୃଦୟୁ କପଟତାର ବିନ୍ଦୁ

ପ୍ରାପ୍ତହେବାକୁ ତବ କରୁଣାର ସିନ୍ଧୁ

ପ୍ରଭୁ କର୍ମବନ୍ଧନରୁ କରିଦିଅ ମୁକ୍ତ

ଆପଣାସଙ୍ଗେ ହେଳେ କରି ଯୁକ୍ତ


ତୁମ୍ଭେହିଁ ଗଢ଼ିଛ ତୁମ୍ଭେହିଁ ଭାଙ୍ଗିବ

କିମ୍ପା ସେଥିପାଇଁ ରୋଷ ମୋର ହେବ

ଏତିକି ମିନତୀ ମାଗିବିନି ଅତି

ଜୀବନ ଯଜ୍ଞର ହେବ ପୂର୍ଣ୍ଣାହୂତି |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍