Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Others

3  

Jagannath Barik

Others

କାଶତଣ୍ଡୀ

କାଶତଣ୍ଡୀ

1 min
341


ଧବଳ ହାସିନୀ ତୁହି କାଶତଣ୍ଡୀ

ଜମାଉ ଆସ୍ଥାନ ନଦୀ ପଠା ମଣ୍ଡି |


ଶୁଭ୍ର ଶରତର ଶୁଭ୍ର ସହଚରୀ

ଶୁଭ୍ର ଶର୍ବରୀଶ ସଙ୍ଗରେ ବିହରି |


ନିଜେ ଶୁଭ୍ର ଶୁଭ୍ରେ କରୁ ବିଚରଣ

ହଂସ ହଂସରାଳୀ ସାରସ ଗହଣ |


ପାରଦ ବିଧୌତ ରାକା ରଜନୀରେ

ବାତେ ବିଧୁନିତ ବିଷ୍ଣୁପଦ ନୀରେ |


ହିମ ସ୍ନାତ ନଦୀ ବାଲି ପଠା ବଣ

ଶରଦ ସୁନ୍ଦରୀ କରନ୍ତି ଭ୍ରମଣ |


ସବୁଜ ବସନେ ଧବଳ ଚାମର

ଚାଳୁ ପାର୍ବଣରେ ତୁହି ନିରନ୍ତର |


ଦେଵୀ ହୈମବତୀ ହୁଅନ୍ତି ପ୍ରସନ୍ନ

ପ୍ରତି ଅଵୟଵ ଶୋଭନ ପାବନ |


ମହିଷ ମର୍ଦ୍ଦିନୀ କେଶରୀ ବାହିନୀ

କଲେ ତୋତେ ଶ୍ୱେତ ଚାମର ଧାରିଣୀ |


ଅତି ମନୋହର ଅଟେ ତୋର ଶର

କରୁ ଉପକାର ତୁହି ଲୋକଙ୍କର |


ଆସନ ବିତାନ ସୌଖିନ ଖେଳନା

ତୋହରି ଶରରୁ ହୁଏ ସରଜନା |


ଶ୍ୟାମ କ୍ଷେତମାଳେ ତୋ ବର୍ଣ୍ଣିଳ ଗଭା 

ସୁନୀଳ ସାଗରେ ସାଜେ ଉର୍ମି ପ୍ରଭା |


ତୋର ବୁଦା ମୂଳେ ରହନ୍ତି ବିଲୁଆ

କୋକି ବସା କରେ ସଙ୍ଗେ ଧରି ଛୁଆ |


କେତେ ବିହଙ୍ଗମ ନିଅନ୍ତି ଆଶ୍ରୟ

ସରୀସୃପଗଣ ରଚନ୍ତି ନିଳୟ |


ହୋଇ ତୃଣ ରାଜ ହସାଉ ଧରଣୀ

ଧନ୍ୟ ତୋ ଜୀବନ ଧନ୍ୟ ତୋ କରଣି |



Rate this content
Log in