କାଶତଣ୍ଡୀ
କାଶତଣ୍ଡୀ
1 min
310
ଧନ୍ୟ କାଶତଣ୍ଡୀ ଧନ୍ୟ ତୋ ମହିମା
ଶରତରେ ଆଗମନ
ମରତ ମଣ୍ଡଳେ ମାଆ ମୋ ଆସିବେ
କରୁ ତୁହିଁ ଆବାହନ ।।
ଲାସ୍ୟମୟୀ ବର୍ଷା ବିଦାୟୀ ନେଇଛି
ସୁନ୍ଦର ଗଗନ ଦିଶେ
ଦେବତାଙ୍କ ପଥ ଶୁଭ୍ରପୁଷ୍ପେ ଭରା
ଜୋସ୍ନାବିଧୈ।ତିରେ ରଜନୀଭାସେ ।।
ବାଟେଘାଟେ ଜନ ତୋରୂପେ ମଗନ
ତୋ ପାଖକୁ ଧାଇଁ ଯାଇ
କାଶତଣ୍ଡୀ ତୋର ରୂପର ସମ୍ଭାରେ
ବିମୋହିତ ହେଉଥାଇ ।।
ନଦୀପଠା ମଧ୍ୟେ ଠିଆ ହୋଇ ତୁହି
ମସ୍ତକ ହଲାଉ ମାଆ ଚରଣେ
ସନ୍ଧ୍ୟା ବନ୍ଦନାରେ ବନ୍ଦନା ତୋ ସରେ
ଶରତରେ ତୋର ଏ ଆଗମନେ।।
ଧନ୍ୟ କାଶତଣ୍ଡୀ ଧନ୍ୟ ମୋ ପ୍ରକୃତି
ଧନ୍ୟ ମୋ ଉତ୍କଳ ମାଟି
ଶାରଦୀୟ ଏହି ଶରତେ ମରତେ
ପ୍ରଣାମ ତା ପାଦେ କୋଟି ।।
