କାଶତଣ୍ଡୀ ଫୁଲ
କାଶତଣ୍ଡୀ ଫୁଲ
1 min
394
ସରି ସରି ଯାଏ ବରଷା ଋତୁ
ପାଦ ଥାପି ଆସେ ଶରତ ଧିରେ
ସବୁଜ ଗହଳ ପତ୍ରାଚ୍ଛାଦିତ ମେଳିରେ
କାଶତଣ୍ଡୀ ଗୁଚ୍ଛ ଫୁଟି ଉଠୁଥାଇ।
କି ସୁନ୍ଦର ଦିଶେ ଶୁଭ୍ର ଶୋଭାବନେ
ଢଳି ଢଳି ଯେବେ ତରଙ୍ଗେ ଖେଳେ
ଦଶଭୁଜା ମହାମାୟାଙ୍କ ଆଗମନେ
ପୁରପଲ୍ଲୀ ଉତ୍ସବ ମୁଖର ହୋଇ ଉଠଇ।
ଧବଳ ରଙ୍ଗରେ ମନ୍ଦମନ୍ଦ ପବନେ
ନୃତ୍ୟାଙ୍ଗନା ପରି ମୁଦ୍ରା ତୋଳୁ ଥାଏ
ଶରତ ଛୁଆଁରେ ଧରଣୀ ଉପରେ
ଧବଳ କାଶତଣ୍ଡୀ କାୟା ମେଲି ଦିଅଇ।
ଭରି ଥାଏ ନଦନଦୀ କୂଳ ଖାଏ ଜଳରାଶି
ପୂର୍ଣ୍ଣତାର ଅଭିବ୍ୟକ୍ତି ଦିଏ ସୂଚାଇ
ପବିତ୍ରମୟ ପରିବର୍ତ୍ତନର ବାର୍ତ୍ତା ଦେଇ
ଶୁଭ୍ର କାଶତଣ୍ଡୀ ସର୍ବତ୍ର ପ୍ରସ୍ଫୁଟିତ ହୁଅଇ।
ଭାଇଚାରାର ବାର୍ତ୍ତା ନେଇ ବରଷେ ଥରେ
ଶାରଦୀୟ ପାର୍ବଣ ପାଳିତ ହୁଅଇ
ଶରତ ଋତୁର ଆଗମନୀ ଚିଠି ଆଣି
କାଶତଣ୍ଡୀ ଫୁଲେ ଧରଣୀ ପୂର୍ଣ୍ଣ ଦିଶଇ।
