STORYMIRROR

Pravat Kumar Mohapatra

Others

3  

Pravat Kumar Mohapatra

Others

କାଶତଣ୍ଡୀ ଫୁଲ

କାଶତଣ୍ଡୀ ଫୁଲ

1 min
348

ଆସିଲା ପାର୍ବଣ, ହସୁଛି ଆଶ୍ୱିନ 

ମର୍ତ୍ତ୍ୟଲୋକେ ଉଭା ହେବେ ଦେବୀ ମହାମାୟା

ନଦୀର ପଠାରେ ଦେଖ କାଶତଣ୍ଡୀ କେତେ କେତେ ଉତ୍ଫୁଲିତ

ଡର ନାହିଁ ଭୟନାହିଁ ଠାକୁରାଣୀ ଦେବେ ତ ସାହା ।

ପାପ ତାପ ହୋଇବ ଦୂର

ଧରଣୀ ହସିବ ଆଉ ହଟିଯିବ ଦୁଃଖର ଭାର ।

ଚମ୍ପା ଗୌରୀ କାଶତଣ୍ଡୀ ଆସୁ ତୁହି ଉଣ୍ଡି ଉଣ୍ଡି

ଦେବା ପାଇଁ ମାଆଙ୍କର ଆଗମନ ଖବର

ଧନ୍ୟଧନ୍ୟ ତୋ ମହିମା ହେ ସ୍ୱର୍ଗର ରାଜଜେମା

କି ଦେଇ ପୂଜିବୁ ଆମେ ମଣିଷ ଛାର

ଧଳା ଶାଢି ତୋ ଦେହେ ମୋହେ

ମା’ଙ୍କ ଆଶିଷ ନିଅ ଶହେରୁ ଶହେ ।

ତୁମଠୁ ପାଇ ଖବର

ତୁମଠୁ ଆମେ ହେଉ ତତ୍ପର ମାଆଙ୍କ ଚରଣେ ବାଢି ଆମ ମିନତୀ

ଘଣ୍ଟବାଦ୍ୟ ଶଙ୍ଖ ଧ୍ୱନୀ କିମ୍ପାଇ ସାରା ମେଦିନୀ 

ଭୋଗ ନୈବେଦ୍ୟ ଦେଇ କରାଉ ପ୍ରୀତି

ମା’ ଦୁର୍ଗା କରୁ କରୁଣା

ତାଙ୍କରି ଆଶିଷ ପାଇ ଚାଲି ଯାଉ କରୋନା

ଆସିବେ ଜଗଜ୍ଜନନୀ ସେତ ଯୋଗମାୟା

ବିଶ୍ୱହିତ ପାଇଁ ସେତ ସ୍ନେହମୟୀ ମାଆ

ତାଙ୍କର ପାଇ କୃପାବାରୀ

ଆମେ ତ ସବୁ ଯିବୁ ତରୀ

ଅଗ୍ରେ ଆସିଣ କାଶତଣ୍ଡୀ

ଆଶୀଷ ଦେଲେ ମାଆ ଚଣ୍ଡି

ଫେରିଲେ ମାଆ ଏ ପାର୍ବଣେ

କାଶତଣ୍ଡୀ ବି ଫେରେ ଯେଣେ ।

ଧନ୍ୟ ଏ ବିଚିତ୍ର ଲୀଳା ।

ଅଜ୍ଞାନ ପୁରୁଷ ବୁଝିଲା ।

ପାର୍ବଣ ଶେଷେ ଯିବେ ଚଣ୍ଡୀ

ତାଙ୍କର ସାଥେ କାଶତଣ୍ଡୀ

ନଦୀର ପୀଠେ ହେବ ଶୂନ୍ୟ

ସେ ପୁଷ୍ପ ହୋଇବ ବିଲୀନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍