STORYMIRROR

Chiranjibi Sahoo

Others

3  

Chiranjibi Sahoo

Others

କାଶତଣ୍ଡି ଶୋଭେ

କାଶତଣ୍ଡି ଶୋଭେ

1 min
420

ମେଦିନୀ ବକ୍ଷେ ମା'ର ସ୍ତବ

ମୁଖରିତ ନବ ଦୁର୍ଗାତ୍ସଵ


ଦଶଭୂଜା ଦଶପ୍ରହରଣ ଧାରିଣୀ

ଆଗମନେ ତଵ ଉତ୍ସଳ ଧରଣୀ


ସୁଶୋଭିତ ଆଲୋକମାଳେ ମଣ୍ଡପ

ଦେବୀ ଉପାସନେ ନଇବେଦ ଧୂପ


ଶାରଦୀୟ ଶୋଭା ଢାଙ୍କି ଧରାତନୁ

ମରୁତେ ମିଶ୍ରିତ ସୌରଭ ସୁମନୁ


ନଦୀ କୂଳେ କୂଳେ ଧବଳ ପାବଚ୍ଛ

ମୋହେ କାଶତଣ୍ଡି ଫୁଲ ପିକ ପୁଚ୍ଛ


ପ୍ରାନ୍ତେ ପ୍ରାନ୍ତେ ଶୁଭେ ଶୁଭ ଶଙ୍ଖଧ୍ୱନି

ବଙ୍ଗ ପ୍ରଦେଶରେ ମହା ଯାତ ଯାନି


ମା ଆସିଛନ୍ତି ଶୁଭାଶିଷ ଘେନି

କର ପ୍ରସାରିଣ ଗାଅ ଆବାହନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍