STORYMIRROR

Baijayantimala Rout

Others

3  

Baijayantimala Rout

Others

କାର୍ତ୍ତିକର ଶେଷ ପାଞ୍ଚ ଦିନ

କାର୍ତ୍ତିକର ଶେଷ ପାଞ୍ଚ ଦିନ

1 min
250

କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ

ପଞ୍ଚକ ନାମେ ବାଦିତ,

ଭୀଷ୍ମ ପଞ୍ଚକର ନାମେ ଜଣାଶୁଣା

ଏହି ପାଞ୍ଚ ଦିନ ଖ୍ଯାତ ।

ଏହି ଏକାଦଶୀ ନାମ ପ୍ରବୋଧନୀ

ଯଜ୍ଞ ଫଳ ଦାନ କରେ ,

ଦ୍ବାଦଶୀ ଦିନରେ ବିଷ୍ଣୁ ପ୍ରସାଦକୁ

ପତି ପତ୍ନୀ ଲାଭ କରେ ।

ଏହି ପାଞ୍ଚ ଦିନ ସ୍ବାତ୍ତିକ ଭୋଜନ

କରନ୍ତି ହିନ୍ଦୁ ମାନବ ,

ପ୍ରାତଃ ସ୍ନାନ ସାରି ତୁଳସୀ ମୂଳରେ

ରାଧା କୃଷ୍ଣ ପୂଜା ଭାବ ।

ଏ ପାଞ୍ଚ ଦିନରେ ରାହାସ ହୁଅଇ

ହୁଏ ରାଧା କୃଷ୍ଣ ଲୀଳା ,

ଦ୍ବାପର ଯୁଗରେ ଗୋପୀମାନେ ପୁଣି

କରି କୃଷ୍ଣ ଜପାମାଳା ।

ପୁଷ୍କରଣୀ ତଟେ କୃଷ୍ଣ ମୂର୍ତ୍ତି ରଖି

ଅର୍ପିଲେ ପୁଷ୍ପଚନ୍ଦନ ,

କୃଷ୍ଣ ତୁଲ୍ୟ ପତି ପ୍ରାପ୍ତି ହେଉ ବୋଲି

କଲେ ପୁଣି ପ୍ରାତଃ ସ୍ନାନ ।

ପୂର୍ଣ୍ଣମୀ ଦିନରେ ଡଙ୍ଗା ଭସା ହୁଏ

ଆନନ୍ଦ ଉଲ୍ଲାସ ମନେ ,

ମାସକର ପୂଣ୍ୟ ଏହି ଦିନ ମିଳେ

ସମସ୍ତେ ରଖନ୍ତି ଧ୍ୟାନେ ।

ଏ ପାଞ୍ଚ ଦିନରେ ପାଞ୍ଚ ବେଶ ହୁଏ

ଆମ ହଟିଆ ଠାକୁର ,

ନାଗାର୍ଜୁନ ବେଶ ହୋଇଥାଏ ପୁଣି

ପଡିଲେ ମଳ ମାସର ।



Rate this content
Log in