STORYMIRROR

Jashobant Pattanayak

Others

4  

Jashobant Pattanayak

Others

କାର୍ତ୍ତିକପୂର୍ଣ୍ଣିମା

କାର୍ତ୍ତିକପୂର୍ଣ୍ଣିମା

1 min
239


ଜହ୍ନ ହସୁଛି ଜୋଛନା ବୁଣିଛି

ଚିକିମିକି ତାରା ଫୁଟିଛି,

ପ୍ରକୄତିରାଣୀର ଗଭାରୁ କାକର

ଗଜରା ପରାଏ ଖସୁଛି;

ଆଜି କାର୍ତ୍ତିକ ପୂର୍ଣ୍ଣିମା ଆସିଛି ।।


ସୁଲୁସୁଲୁ ବାଆ ଶୀତଳ ପରଶେ

ପହିଲି ଶୀତଟା ଛୁଇଁଛି,

ହରିହର ନାମ, ଜପ-ତପ-ବୁଡ଼

ମନରେ ସରାଗ ଭରୁଛି;

ଆଜି କାର୍ତ୍ତିକ ପୂର୍ଣ୍ଣିମା ଆସିଛି ।।


ମାସକଯାକରେ ପୂଜା-ପାଠ-ବ୍ରତ

ପୁଣ୍ୟପ୍ରଦୀପ ଜାଳିଛି;

ତୁଳସୀ ପୂଜନ, ହବିଷ ଭୋଜନ

ହୄଦୟେ ପୀୟୂଷ ଭରୁଛି;

ଆଜି କାର୍ତ୍ତିକ ପୂର୍ଣ୍ଣିମା ଆସିଛି ।।


ପୋଖରୀ ତୁଠରେ ହୁଳହୁଳି ଶୁଭେ

ବୋଇତବନ୍ଦାଣ ଚାଲିଛି,

ପାନଗୁଆ ତୋର ଧରମଟା ମୋର

ଆ-କା-ମା-ଭୈ ଡାକ ଶୁଭୁଛି;

ଆଜି କାର୍ତ୍ତିକ ପୂର୍ଣ୍ଣିମା ଆସିଛି ।।


ପଞ୍ଚୁକ ସ୍ନାହାନ, ମଥାରେ ଚନ୍ଦନ-ତିଳକର ଟିକା ସାଜିଛି,

ଉଚ୍ଚାଟେ ମୄଦଙ୍ଗ-ଝାଞ୍ଜ-କୀରିତନେ

ପାଦ ଦୁଇ ନାଚି ଉଠୁଛି;

ଆଜି କାର୍ତ୍ତିକ ପୂର୍ଣ୍ଣିମା ଆସିଛି ।।


Rate this content
Log in