କାର୍ତ୍ତିକେ ପଞ୍ଚକ
କାର୍ତ୍ତିକେ ପଞ୍ଚକ
ମାସ ମାନଙ୍କରେ ମାସ କାର୍ତ୍ତିକ
ପଡଇ ସେ ମାସେ ବିଷ୍ଣୁ ପଞ୍ଚକ ॥
ଏ ମାସ ଶୁକ୍ଳ ଏକାଦଶୀ ଦିନ
ଶୟନୁ ଉଠନ୍ତି ଶ୍ରୀନାରାୟଣ ॥
ଏକାଦଶୀଠୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ
ବିଷ୍ଣୁ ପଞ୍ଚକ ନାମେ ଅଟେ କ୍ଷାତ ॥
ଏକାଳେ ସକାଳେ କରି ଯେ ସ୍ନାନ
ରାଇ- ଦାମୋଦର କରଇ ଧ୍ୟାନ ॥
ଦୀପ,ଧୂପ,ନୈବେଦ୍ୟ ଆଦି ଦେଇ
ବିଧି ଅନୁସାରେ ପୂଜା ପାଳଇ ॥
ଦିନକୁ ଥରେ ମାତ୍ର ହବିଷାନ୍ନ
ଖାଇ ବିତାଏ ଏହି ପାଞ୍ଚଦିନ ॥
ସାରା ମାସ ପାଳି ମିଳେ ଯେ ପୁଣ୍ୟ
ମିଳେ ତା ପାଳିଲେ ଏ ପାଞ୍ଚଦିନ ॥
ସମସ୍ତ ପାପରୁ ହୁଏ ମୁକତି
ପୁରାଣରେ ରହିଅଛି ଏ ଉକ୍ତି ॥
ଆମ ଓଡିଶାରେ କାର୍ତିକ ବ୍ରତ
ବହନ କରେ ଧର୍ମୀୟ ମହତ୍ତ୍ୱ॥
ହବିଷ ପାଳନ ପାଇଁକି ପୁରୀ
ଶ୍ରୀକ୍ଷେତ୍ରେ ଧାଆଁନ୍ତି ଅନେକ ନାରୀ ॥
କାର୍ତ୍ତିକ ବ୍ରତ କରି ସାମାପନ
ଘରକୁ କରନ୍ତି ପ୍ରତ୍ୟାବର୍ତ୍ତନ ॥
