କାର୍ତ୍ତିକ
କାର୍ତ୍ତିକ
ଧର୍ମ ମାସ ବୋଲି ପୁରାଣେ ବର୍ଣ୍ଣିତ
ଏହି ଯେ କାର୍ତ୍ତିକ ମାସ |
ପୂଜା ଅର୍ଚ୍ଚନାରେ ସମୟ କଟାନ୍ତି
ଛାଡି ସର୍ବେ ପ୍ରାତେ ଆଳସ୍ୟ ||୧||
ଶିବ ଦରଶନେ ତୁଳସୀ ପୂଜନେ
ମଜିଯାଏ ଯେ ମନୁଷ୍ୟ |
ଭାଗବତ କଥା ଶୁଣୁଥାଏ ନିତି
ବିଧବା ପାଳନ କରି ହବିଷ ||୨||
ନାଗ ନାଗୁଣୀଙ୍କ ପୂଜନ ନିମନ୍ତେ
ନାଗୁଲି ଚତୁର୍ଥୀ ଖ୍ୟାତ |
ରୂପା ବା ଚାଉଳେ ମାଆ ମୂର୍ତ୍ତି କରେ
ଚକ୍ଷୁ ପାଇଁ କରେ ବ୍ରତ ||୩||
ଓଡିଆ ଶାଢୀରେ ରାଧାମା’କୁ ସଜାଇ
ଅଁଳା ଗଛମୂଳେ କରେ ବ୍ରତ
ଶୁଦ୍ଧ ଶାକାହାରୀ ବ୍ରତଧରି ନାରୀ
ଧରେ ରାଧାପାଦଦର୍ଶନର ମନ୍ତ୍ର || ୪||
ଆଷାଢ ଏକାଦଶୀ ଠାରୁ ବାସୁଦେବ ପରା
କରିଥାନ୍ତି ଦେବଶୟନ |
କାର୍ତ୍ତିକ ଚତୁର୍ଦ୍ଦଶୀ ଦିନ ପଲକ ଉଠାଇ
ଦିଅନ୍ତି ଦିବ୍ୟ ଦର୍ଶନ ||୫||
ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ
ପଞ୍ଚୁକର ଯେ ପାଳନ |
ନାମ ସଂକୀର୍ତ୍ତନ ଭଜନ କୀର୍ତ୍ତନେ
ମଜ୍ଜିଯାନ୍ତି ସାଧୁଜନ ||୬||
ମୀନ ପ୍ରପୀଡିତ ରୋଗରେ ପୀଡିତ
ବଇଦଙ୍କ ପରାମର୍ଶ |
ଲକ୍ଷ ଲକ୍ଷ ମୀନ ରକ୍ଷାର ନିମନ୍ତେ
ବଗ ବି ବର୍ଜନ କରେ ଆମିଷ ||୭||
ଆ କା ମା ବୈ ଗୁଆ ପାନ ଥୋଇ |
ଗୁଆ ପାନ ତୋର ମାସିକ ଧର୍ମ ମୋର ||
ଗାଇ ଏଇ ଗୀତ ସାଧବାଣୀ ମାନେ
ଡଙ୍ଗାରେ ଦୀପ ରଖିଣ |
ସାଧବ ପୁଅକୁ ମେଲାଣି ଦିଅନ୍ତି
କରି ବୋଇତ ବନ୍ଦାଣ ||୮||
