STORYMIRROR

Santosh Pattnayak

Others

3  

Santosh Pattnayak

Others

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
259

କୃତ୍ତିକା ନକ୍ଷତ୍ର ଯୁକ୍ତ ଚାନ୍ଦ୍ରମାସ 

   ଅଟଇ ମାସ କାର୍ତ୍ତିକ 

ନାରଦ ପୁରାଣେ ଶ୍ରେଷ୍ଠ ମାସ ଏଇ 

   ମାସ ଶେଷେ ହୁଏ ପଞ୍ଚୁକ 


ଲୋକ କଥା ଅଛି ଏଇ ମାସ କାଳ

    ବକ ବି ହୁଏ ଧାର୍ମିକ 

ଦୀପାବଳୀ ଆଉ ବୋଇତ ବନ୍ଦାଣ 

   ଉତ୍କଳ ସଂସ୍କୃତି ମହକ


ବିଷ୍ଣୁ ଆଉ ଶିବ ଉଭୟ ପୂଜିତ 

   ଧର୍ମ କର୍ମ ଯୋଗ ପାଇଁ 

ମଣିଷ ମତିରେ ଭକତି ଜାଗ୍ରତ 

   ଭୋଜନ ସଂସ୍କାର ନେଇ


ଆକାଶ ଦୀପର ଉଜ୍ୱଳ ପ୍ରଦୀପ

     ପିତୃପୁରୁଷଙ୍କ ପାଇଁ 

ଆଶୀଷ ଆଶାରେ ଜୀଉଁଛି ମଣିଷ 

    ପୂର୍ବଜଙ୍କ ସୌର୍ଯ୍ୟ ନେଇ 


ସୁକର୍ମ ପାଇଁକି ଧରମ ଅବଶ୍ୟ 

   ଦେଖାଏ ଉଜ୍ୱଳ ପଥ 

କାର୍ତ୍ତିକ ଢାଳଇ ପ୍ରତି ମାନସରେ

    ଭକତିର ଶୁଚି ଅର୍ଘ୍ୟ .....


Rate this content
Log in