କାର୍ତ୍ତିକ ପୂର୍ଣ୍ଣିମା
କାର୍ତ୍ତିକ ପୂର୍ଣ୍ଣିମା
1 min
202
କାର୍ତ୍ତିକର କୀର୍ତ୍ତି ଗାଉଥାନ୍ତି ସତୀ
ବୃନ୍ଦାବତୀ ପାଶେ ବସି
ପ୍ରତିଦିନ ମନ ଶୁଦ୍ଧ କରିଥାନ୍ତି,
ରାମ କୃଷ୍ଣ ଗୁଣ ଘୋଷି।1।
ଆମ ରାଇଜର ହୃତ ଗଉରବ,
ସ୍ମରୁଥାନ୍ତି ନିତି ନିତି,
ଆମ ସଂସ୍କୃତିର ଯଶ ଓ ବିଭବ,
ଚେତନା ଦେଇଥାଆନ୍ତି।2।
ଶୁଦ୍ଧ ଆହାରକୁ ଭକ୍ଷଣ କରିଣ,
ଆତ୍ମା ଶୁଦ୍ଧ କରିଥାନ୍ତି,
ଶରୀର ଗଠନ ନୁହେଁ ମାଂସହାରୀ,
ବେଦ , ଗୀତାରେ ପଢନ୍ତି।3।
ଗୃହସ୍ଥ ଧର୍ମ ଯେ ସବୁଠାରୁ ଶ୍ରେଷ୍ଠ,
ପିତା,ମାତା ସେବା ପାଇଁ,
କାର୍ତ୍ତିକ ପୂର୍ଣ୍ଣିମା ଉତ୍ତର ପୀଢ଼ିକୁ
ଶିକ୍ଷା ଦେଉ ଭଲପାଇ।4।
ରାଗ ହିଂସା କ୍ରୋଧ ଅସୂୟା ଛାଡ଼ିବା,
ଛାଡଖାଇ ହେବ ସାର,
ପୂର୍ଣ୍ଣିମା ସାର୍ଥକ ହେବ ସେତେବେଳେ,
ଆଣିବା ଯେବେ ସଂସ୍କାର।5
