STORYMIRROR

Sabita Sukla

Others

3  

Sabita Sukla

Others

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
210


କାର୍ତ୍ତିକର କୀର୍ତ୍ତି ଗାଉଥାନ୍ତି ସତୀ

  ବୃନ୍ଦାବତୀ ପାଶେ ବସି

ପ୍ରତିଦିନ ମନ ଶୁଦ୍ଧ କରିଥାନ୍ତି,

  ରାମ କୃଷ୍ଣ ଗୁଣ ଘୋଷି।1।


ଆମ ରାଇଜର ହୃତ ଗଉରବ,

  ସ୍ମରୁଥାନ୍ତି ନିତି ନିତି,

ଆମ ସଂସ୍କୃତିର ଯଶ ଓ ବିଭବ,

  ଚେତନା ଦେଇଥାଆନ୍ତି।2।


ଶୁଦ୍ଧ ଆହାରକୁ ଭକ୍ଷଣ କରିଣ,

   ଆତ୍ମା ଶୁଦ୍ଧ କରିଥାନ୍ତି,

ଶରୀର ଗଠନ ନୁହେଁ ମାଂସହାରୀ,

   ବେଦ , ଗୀତାରେ ପଢନ୍ତି।3।


ଗୃହସ୍ଥ ଧର୍ମ ଯେ ସବୁଠାରୁ ଶ୍ରେଷ୍ଠ,

   ପିତା,ମାତା ସେବା ପାଇଁ,

କାର୍ତ୍ତିକ ପୂର୍ଣ୍ଣିମା ଉତ୍ତର ପୀଢ଼ିକୁ 

   ଶିକ୍ଷା ଦେଉ ଭଲପାଇ।4।


ରାଗ ହିଂସା କ୍ରୋଧ ଅସୂୟା ଛାଡ଼ିବା,

   ଛାଡଖାଇ ହେବ ସାର,

ପୂର୍ଣ୍ଣିମା ସାର୍ଥକ ହେବ ସେତେବେଳେ,

   ଆଣିବା ଯେବେ ସଂସ୍କାର।5


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ