କାର୍ତ୍ତିକ ପୂର୍ଣ୍ଣିମା
କାର୍ତ୍ତିକ ପୂର୍ଣ୍ଣିମା
କାର୍ତ୍ତିକର ଶେଷେ ପାର୍ବତୀନନ୍ଦନ ଆସ ହେ ମୟୂର ଚଢି,
ପୂର୍ବପୁରୁଷଙ୍କୁ ସାଥିରେ ନେଇଣ ଫେରିଯିବ ସ୍ଵର୍ଗପୁରୀ l
"ଆ କା ମା" କହି ଖୁସିରେ ତ ଆଜି ଭସାନ୍ତି ଡ଼ଙ୍ଗା ପିଲାଏ,
ପ୍ରାତଃ ସ୍ନାନ ସାରି ଶିବାଳୟ ପୁଣି ଯାଇଥାନ୍ତି କେତେ ଲୋକେ l
କେତେ କେତେ ମୂର୍ତ୍ତି ପୂଜା ପାଉଛନ୍ତି ଭିନ୍ନ ଭିନ୍ନ ମନ୍ଦିରରେ,
ସଜାଇ ଅଛନ୍ତି ମଣ୍ଡପ ବେଢାକୁ ନାନାରଙ୍ଗ ଆଲୋକରେ l
ଧରମ ମାସର ଶେଷ ପର୍ଯ୍ୟାୟରେ ଧିମା ଶୀତ ସହ ଆସେ ସୁରୁଜ,
ସାତ ଦିନ ଧରି ଚଉଁରା ମୂଳରେ ପଡୁଥାଏ କେତେ ରଙ୍ଗ ମୁରୁଜ l
ନାନା ରଙ୍ଗୋଲିରେ ମନ୍ଦିର ପ୍ରାଙ୍ଗଣ ସୁନ୍ଦର ଚମକୁ ଥାଏ,
ଗ୍ରାମ ତରୁଣୀର ମିଳିତ ସାହାଯ୍ୟେ ଏ ସର୍ବ ସମ୍ଭବ ହୁଏ l
