STORYMIRROR

Puspanjali Panda

Others

3  

Puspanjali Panda

Others

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
198

ଡ଼ଙ୍ଗା ଭସା ହେବ ନାହିଁ ଶୁଣି

ମନ ମରିଗଲା

କାର୍ତ୍ତିକ ପୂର୍ଣ୍ଣିମାର ସ୍ୱାଦ

ପାଣିଚିଆ ହେଲା।

ଏମିତି କାହିଁକି ହେଲା ?

ବୋଇତରେ ଯାଇ, ଓଡ଼ିଆ ପୁଅଟା 

ବେପାର କରଇ

ଜାଭା, ସୁମାତ୍ରା କି ମନା କରିଲା

ପରମ୍ପରା ଆଜି ଧୂଳି ଚାଟିଲା।

ଦିନ ଥିଲା ସେବେ

ସାତ ଦରିଆରେ ଡ଼ଙ୍ଗା ମେଲି ଦେଇ,

ବିଦେଶ ମାଟିରୁ

ସାଧବ ପୁଅ ରତ୍ନ ଆଣୁଥିଲା

ନିଜ ଭାଗ୍ୟ ଦେଶ ଭାଗ୍ୟ

ଚମକାଉ ଥିଲା .!

ଆଜି ସ୍ମୃତିର ସହରେ କବର ନେଲା।

ଆକାଶକୁ ଚାହିଁ, ଚଉରା ମୂଳରେ

ଆକାଶ ଦୀପକୁ ଟେକି ଯେ ଦେଲା।

ସତେ କି ଏ ଜାତିର

ଗୌରବର ଗାଥା କହିବା ମନା!

ମନ୍ଦିର ମନା, ଡ଼ଙ୍ଗା ଭସାଇବା ମନା

ସବୁ ତ ମନା ଏଠି।

ଜୀବନ ଆଗକୁ ବଢିବ କେମିତି

ଏ କି ଅସମୟ ହେଲା...!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍