କାର୍ତ୍ତିକ ପୂର୍ଣ୍ଣିମା
କାର୍ତ୍ତିକ ପୂର୍ଣ୍ଣିମା
1 min
407
କାର୍ତ୍ତିକ ମାସରେ ପୂର୍ଣ୍ଣମୀ ତିଥିରେ
ରୋମାଞ୍ଚିତ କରେ ଆମ ଐତିହ୍ୟ,
ଚନ୍ଦନ ତିଳକ ମଥାରେ ଲଗାଇ
ସାଧବାଣୀ ଦେଇଥାନ୍ତି ବିଦାୟ ।
ସାଧବ ଯାଆନ୍ତି ଦୂର ଦ୍ଵୀପ ଦେଶେ
ବଣିଜ କରିବେ ସାଗର ପାରି,
ଦେଶ ଦେଶ ମଧ୍ୟେ ସୁସମ୍ପର୍କ ଗଢି
ଆଷାଢକୁ ନିଶ୍ଚେ ଆସିବେ ଫେରି ।
ଏବେବି ସେ ସ୍ମୃତି ଭୁଲିନି ମୋ ଜାତି
ବଜାୟ ରଖିଛି ତା ପରମ୍ପରା,
କାର୍ତ୍ତିକ ଶେଷରେ ଭସାଏ ବୋଇତ
ଯେବେ ହସୁଥାଏ ପାହାନ୍ତି ତାରା ।
