STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

କାର୍ତ୍ତିକ ପୂର୍ଣ୍ଣିମା ଅନୁଚିନ୍ତା

କାର୍ତ୍ତିକ ପୂର୍ଣ୍ଣିମା ଅନୁଚିନ୍ତା

1 min
12.8K


ରାସ ପୁନେଇଁ ରେ ଲକ୍ଷ୍ମୀ ନାରାୟଣ

ସୁବର୍ଣ୍ଣର ବେଶ ହୋଇ

କନକ ବେଦୀରେ ବିରାଜିତ ଦେଖ

ପାପ ମନ ଠିକ ହୋଇ ।।

ଆଜିର ଏ ପୂତ ମଧୁମୟ ଦିନ

ଜାତୀୟ କିରତୀ ଘୋଷେ

କଳିଙ୍ଗୁ ଓଡ଼ିଆ ସାଧବ ପୁଅର

କେତନ ଉଡଇ ବିଶ୍ଵେ ।।

ଆଜି କିମ୍ବଦନ୍ତୀ କାଲିର ସତ୍ୟକୁ

ଆକ୍ଷେପ ଆଳାପ କରେ

ଓଡ଼ିଆ ଗରବ ଗରିମା ସକଳ

ଲୁପ୍ତ, “ହୀନ ଚକ୍ରାନ୍ତରେ ।।

ସୁବର୍ଣ୍ଣ ଥାଳିରେ ରତନ ଦୀପରେ

ସାଧବାଣୀ ସୁନା ବୋହୁ

ଆଜି ମାଟି ଦୀପ ରମ୍ଭାତରୁ ଭେଳା

ଗରବର କଥାକହୁ ।।

ଲୁପ୍ତ ସୁପ୍ତ ଆଜି ଅଦ୍ଭୁତ ଅତୀତ

ତଥାପି ଆମ ଗୌରବ

କେତନ ଉଡୁଛି ଆସ ଆସ ବନ୍ଧୁ

ବଢ଼ାଇବା ଦେଶ ବିଭବ ।।

ଆଜି ପୁଣ୍ୟ ରାସ ରାହାସ ପୁନିଅଁ

ଜାତି ଇତିହାସ ତିଥି

ନେବାରେ ଶପଥ ଲକ୍ଷ୍ମୀ ନାରାୟଣ

ହେବେରେ ଆମ ସାରଥି ।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍