STORYMIRROR

Pinku Ranbida

Others

3  

Pinku Ranbida

Others

କାର୍ତ୍ତିକ ପୁର୍ଣିମା

କାର୍ତ୍ତିକ ପୁର୍ଣିମା

1 min
176

ମାନୁଛେ ବେଲେ ସବୁଦିନେ ମାନ୍

ନିଜ୍'କୁ ନିଜେ ନାଇଁକରି ଅପମାନ୍

ଛୁଛାକେ ଦେଖେଇ ହେଉଛୁ କେତେ

ସକାଳୁ ଦୁଇବୁଡ୍ ଗାଧିକରି ସତେ ।।


ଥଣ୍ତା ଥି ତୋର୍ ଦେହେ ଯାଉଛେ ଥରି

କହୁଛୁ ଡାକ୍ଟର୍ ନିକେ ନିଅଁ ଧରି 

ସକାଳ୍ ପାହେଲେ ଫେର୍ ଗାଧୁଛୁ

ଜର୍ ଆନ୍'ଲେ ଆନୁ କହୁଛୁ ।।


ସକାଳୁ ଉଠି ଦେଖୁଛି ତୋର୍ ୱାଟସପ୍

କେତେ ବଦଲଉଛୁ ଷ୍ଟାଟସ୍

ଫଟୋ ବଦଲଉଛୁ ଛନ୍'କେ

ମୁବାଇଲ୍ ଦେଖିପକାସୁ ଘାଏକେ ।।


କେତେ ଲୋକ୍ ଦେଖ୍'ଲେ ସତେ

କିଏ କାଏଁ କମେଣ୍ଟ ଦେଲା ତତେ

ରିପ୍'ଲାଏ ଦେଉଛୁ ତୁଇଁ

ହଁ ସକାଳୁ ଉଠି ଗାଧିଛେ କହୁଛୁ ମୁଇଁ ।।


ପାଞ୍ଚ୍ ଦିନ୍ ସରିଗଲେ ଦେଖେଉଛୁ

ତୋର୍ ଅସିଲି ରଙ୍ଗ ବଦଲଉଛୁ

ଖରା ନାଇଁ ଆଏଲେ ନାଇଁ ଉଠାବ କହି

ତୋର୍ ମାଁ,ବୁଆ କେ ଡରାସୁ ତାହିଁ ।।


ତିନ୍'ସ ଷାଠେଦିନ୍ କରୁଛୁ ନାଟ୍

ପାଞ୍ଚ୍ ଦିନ୍ ଚାଲୁଛୁ ଛାଟେ ଛାଟ୍

କାର୍ତ୍ତିକ ପୁର୍ଣିମା ଠିକ୍ ମାନୁଛୁ 

ଦୁନିଆଁ କେ ଠିକ୍ ଠଗୁଛୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍