କାର୍ତ୍ତିକ ମାସ
କାର୍ତ୍ତିକ ମାସ
ଅଶିଣ ଗଲେ କାର୍ତ୍ତିକ ଆସେ,
କାଶତଣ୍ଡୀ ଫୁଲ ମୁରୁକି ହସେ।
ଛାଡିଛି ବରଷା ଆସିନି ଶୀତ,
ଧରାପୃଷ୍ଠେ କରେ ରାଜ ହେମନ୍ତ ।
ଶରତ ସରିଲେ ଆସେ ହେମନ୍ତ,
ସକାଳୁ ଶିଶିର ପଡେ ବହୁତ ।
ବନ୍ୟା କି ବାତ୍ୟାର ନଥାଏ ଡର,
ନିର୍ମଳ ଦିଶଇ ନୀଳ ଅମ୍ବର।
ମା' କାଳୀଙ୍କର ପୂଜା ହୁଅଇ,
ଧରାରେ ସୁଷମା ଚିତ୍ତ ଜିଣଇ।
ଦୀପାବଳିରେ ଦୀପାଳି ମାଳ,
ଅନ୍ଧାରକୁ ନାଶି କରେ ଉଜ୍ଜଳ ।
କାର୍ତ୍ତିକ ମାସରେ ପଞ୍ଚୁକ ବ୍ରତ,
ଆମିଷକୁ ତ୍ୟାଗି କରନ୍ତି ବ୍ରତ ।
ରାଇ ଦାମୋଦରଙ୍କୁ ପୂଜା କରି,
ହବିଷ୍ୟାଳୀ ମାନେ ଯାଆନ୍ତି ତରି।
