STORYMIRROR

Satyabati Swain

Others

3  

Satyabati Swain

Others

କାର୍ତ୍ତିକ ମାସ ଆସିଲା

କାର୍ତ୍ତିକ ମାସ ଆସିଲା

1 min
400


କାର୍ତ୍ତିକ ମାସ ଆସିଲା

ବଡ଼ ଓଷାଟି ହସିଲା;

ପଞ୍ଚୁକ ବଗ ଖାଏନି ମୀନ

ଚଉରା ମୂଳେ 

ମୁରୁଜ ପଡେ

ଆକାଶ ଦୀପ ଜଳିଲା।


କାର୍ତ୍ତିକ ମାସ ଆସିଲା

ହବିଶିଆଳିଙ୍କ ପୁରୀରେ

ଭିଡ଼ ଜମିଲା

ଅବଢା ଖାଇ

କୃଷ୍ଣ ସହ ରାଇ

ନାମ ଜପି ଜପି ଦିନ ସଇଲା।


କାର୍ତ୍ତିକ ମାସ ଆସିଲା

ରାହାସ ପୀଠ ହସିଲା

କେଳି କୁଞ୍ଜରେ କି ଠାଣିରେ 

ରାଧା କୃଷ୍ଣଙ୍କ 

ଯୁଗଳ ବେଶ

ରାହାସ ମଞ୍ଚ

ଦେଖି ମନ ଆତ୍ମା ତୃପ୍ତ ହୋଇଲା।

 

କାର୍ତ୍ତିକ ପୂର୍ଣ୍ଣମୀ ହୋଇଲା

ଭଳିକି ଭଳି ଡଙ୍ଗା

ନଈ ପୋଖରୀରେ ଭାସିଲା

 ଆ କା ମା ବୈ ପାନ ଗୁଆଖାଇ,

ପାନ ଗୁଆତୋର

ମାସକ ଧରମ ମୋର;

 କହି ମୋ ନାନୀ

 ଡଙ୍ଗା ଭସେଇ କହିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍