STORYMIRROR

Nityananda Behera

Others

3  

Nityananda Behera

Others

କାର୍ତ୍ତିକ ବ୍ରତ

କାର୍ତ୍ତିକ ବ୍ରତ

1 min
413

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ

ଦଶମୀ ତିଥି ଉପଗତ ।

ଆରମ୍ଭ ହୁଅଇ ହବିଷ

ପବିତ୍ର ସେ ପଞ୍ଚକ ବ୍ରତ।।

ପାହାନ୍ତା ତେଜି ଶୁଖ ନିଦ୍ରା

କରନ୍ତି ଶୁଦ୍ଧ ଜଳେ ସ୍ନାନ।

ଦିଅଁ ପୂଜନ୍ତି ବ୍ରତଚାରୀ

ଆଚରି ଯେ ବିଧି ବିଧାନ।।

ବାଲୁକା ଲିଙ୍ଗ ଏକ ସ୍ଥପି

ଭକତି ଭାବେ ଯାନ୍ତି ମଜ୍ଜି।

ପୂଜିକି ଦେବ ବିଶ୍ଵନାଥ

ନୃତ୍ୟନ୍ତି କୃଷ୍ଣ ନାମ ଭଜି।।

ଏମନ୍ତ ଆଚରନ୍ତି ନିତ୍ୟ

ବିଭୁ ଚରଣେ ଦେଇ ମନ।

ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚଦିନ

କରନ୍ତି ହବିଷ ଭୋଜନ।।

ଶ୍ରଦ୍ଧା ବା ଯେ ଭକତି ଭରେ

ତୁଳସୀ ମାଳ ଘେନି କରେ।

ଛନ୍ଦା ଚରଣେ ଦେଇ ମନ

ଜପନ୍ତି କୃଷ୍ଣ ନାମ ଆନନ୍ଦରେ।।

ଏ ଯେ ପବିତ୍ର କାର୍ତ୍ତିକ ମାସ

ସୁଖେ ରଟ ହେ ନାମ ରାସ।

ଭକ୍ତିରେ ପୂଜି ପରଂବ୍ରହ୍ମ

ନିତ୍ୟ ପିଅହେ କୃଷ୍ଣ ସୁଧା ରସ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍