STORYMIRROR

srikant behera

Others

5  

srikant behera

Others

କାର୍ତ୍ତିକ ବ୍ରତ

କାର୍ତ୍ତିକ ବ୍ରତ

1 min
446

କାର୍ତ୍ତିକ ମାସରେ  ହସେ ତରୁଲତା 

    ହସୁଥାଏ ଏଇ ଧରା 

ହଭିଶ ପାଳନ   କରୁଥାଏ ଏଠି 

    ତିନି ଭୁବନ ପରା ।୧।


ସ୍ଵୟଙ୍ଗ ବଗ ପକ୍ଷୀ ଛାଡି ଦିଏ ମାସେ 

   ପିନ୍ଧେ ବେକେ ଜପା ମାଳି 

କାର୍ତ୍ତିକ ପୂର୍ଣ୍ଣମୀରେ  ମୁଣ୍ଡେ ତୁ ମାରିଦେ 

    ପୁରୀ ବଡ ଦାଣ୍ଡ ଧୂଳି ।୨।


ସଖାଳୁ ସଖାଳୁ  ବେଗି ବେଗି ଯିବୁ 

    କରିବୁ ଶିବଙ୍କ ଦର୍ଶନ 

ବଡ ବଡ଼ୁଆଙ୍କୁ  ପାଣି ଟେକିଦେଲେ 

   ଶାନ୍ତିରେ କାଟିବ ଜୀବନ ।୩।


ବରଷକେ ଥରେ  ଆସେ ଏଇ ମାସ 

    ଭରି ଦିଏ ସବୁ ଖୁସି 

ପାପ ସବୁ ଧୋଇ  ନେବେ ପରଂବ୍ରହ୍ମ 

    ଦୁଃଖ ଭୁଲି ଦେତୁ ହସି ।୪।



Rate this content
Log in