STORYMIRROR

Sudruma Panda

Others

3  

Sudruma Panda

Others

କାଣୀ ଗାଈ ଭିନ୍ନେ ଗୋଠ

କାଣୀ ଗାଈ ଭିନ୍ନେ ଗୋଠ

1 min
173


ସମସ୍ତେ ଯାହାକୁ ଭଲ କହୁଥାନ୍ତି

  ସିଏ କହେ ତାକୁ ଭେଲ,

ଅନ୍ୟ ମାନେ ଯଦି ପାଣି କହୁଥିବେ

    ସିଏ କହିଦେବ ତେଲ,

   ସବୁ ଲାଗେ ତାକୁ ଗେଲ

ମଉକା ନିରେଖି ଚୁଟି କାଟି ନେବ

   ଦେଖିଲେ କହିବ ଖେଳ ।


ଦେଖିଲେ ଦିଶଇ ସରଳ ତରଳ

   ଗାଧୋଇଛି ଗଙ୍ଗା ନୀରେ,

ହାତୀ ଦାନ୍ତ ପରି ଦେଖାଏ ପ୍ରକାରେ

    ଭିତରେ ଆଉ ପ୍ରକାରେ

    କିଏ ବା ଜାଣିବ ଭେଦ

ବିଛା ର ମନ୍ତର ଜଣା ନାହିଁ ହେଲେ

   ସାପ ମୁଣ୍ଡେ ଦେବ ହାତ ।


କହିବ ଗୋଟିଏ କରିବ ଗୋଟିଏ

   କଥା ର ନଥାଏ ମୂଲ୍ୟ,

ପାଞ୍ଚ ଲୋକ ଯାକୁ ସିଂହ କହୁ ଥିବେ

     ସିଏ କହିବ ଶୃଗାଳ

    ତା କଥା ବେଦ ର ଗାର

 ମନେ ମନେ ଭାବେ ଭାରି ସିଆଣିଆ

     କାହାକୁ ନଥାଏ ଡର ।


ବୁଲି ବୁଲି ଖାଲି କହି ବୁଲୁ ଥିବ 

   ଧରିଛି ଧ୍ଵଜା ଧର୍ମର

ସ୍ବାର୍ଥ ଯହିଁ ନାହିଁ କେବେ ସେ ଜାଗାରେ

    ପାଦ ପଡେ ନାହିଁ ତାର

     ପ୍ରକୃତି ଭାରି କୁଟିଳ 

ବିଶ୍ବାସ ରେ କେବେ ବିଷ ଦେଇ ଦେବ

    ପାଇଗଲେ ଟିକେ ବେଳ ।


କାଣୀ ଗାଈ ଭିନ୍ନେ ଗୋଠ କଲା ପରି

   ମିଶେ ନି କାହା ସାଥୀରେ,

ଏ ଘର ପିଉସୀ ସେ ଘର ମାଉସୀ

    ହୋଇ ସମୟଟା ସାରେ,

    ଏପରି ଗୋଷ୍ଠ ଛଡ଼ାର

ଗୁରୁ କହିଲେ ବି ପାଖ ମାଡିବନି 

   ଦୂରରୁ ହେବ ଜୁହାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍