କାଙ୍ଗାଳ ସମାଜ
କାଙ୍ଗାଳ ସମାଜ
1 min
324
ମାଆ ମାଆ ବୋଲି କେତେ ମୁଁ ଖୋଜଇ
ଦୁଃଖରେ କାତର ହୋଇ,
ମାଆ ଆଜି ମୋତେ ଦେଖା ତ ନ ଦେଲେ
କେମିତି ବଞ୍ଚିବି ମୁହିଁ ।
ଜନ ସମାଜରେ ରୋଦନ କରିଲେ
ଲୁହ ପୋଛିବ ମୋ କିଏ ?
ସ୍ବାର୍ଥପର ଜନ ଖୋସାମଦ ଗୁଣ
ସ୍ବାର୍ଥ ଲୋଭେ ପାଦ ଛୁଏଁ ।
ନାରୀ ନିର୍ଯ୍ଯାତନା ପ୍ରଖରର ସ୍ରୋତ
ଝରଇ ଜନ ସମାଜେ,
କେତେ ନେତା ମନ୍ତ୍ରୀ ଦେଇ ପ୍ରତିଶୃତି
ଶୋଇ ରହନ୍ତି ମଉଜେ ।
ରକ୍ଷାକର ବୋଲି କେତେ ଡାକ ଦେଲେ
କିଏ ଶୁଣିବ ଜଗତେ ?
ଅନ୍ଯାୟ ପଥର ପଥି ।
