STORYMIRROR

K. Nirmal

Others

2  

K. Nirmal

Others

କାନ୍ଦୁଛି କଲମ ହସେ ନାଲିପାଣି

କାନ୍ଦୁଛି କଲମ ହସେ ନାଲିପାଣି

1 min
1.2K


କାନ୍ଦୁଛି କଲମ ହସେ ନାଲିପାଣି

ଦେଖ ଆଜିକାର ଯୁଗେ,

ମଦ ଦୋକାନରେ ଭିଡ଼ ଯେ ପ୍ରବଳ

ମନ୍ଦିରରେ ଫାଙ୍କା ଲାଗେ।


ନିଶା ପାଣି ଟିକେ ପିଇବେ ବୋଲିତ

ବାପାଙ୍କ ପକେଟ ରୁ ଚୋରି,

ପାଠ ପଢ଼ା ଛାଡ଼ି ବଜାର ଘାଟରେ

ମାରନ୍ତି ଏବେତ ଛୁରୀ।


ଯୁଗ ବଦଳୁଛି କହୁଛନ୍ତି ଜନେ

କାନ ଶୁଣେ ସବୁଦିନେ,

ରାତି ପାହିଲେ ମୁଁ ସକାଳ ଦେଖୁଛି

ବଦଳୁନି କେଉଁଦିନେ ।


ହାତ ଠାରି ସତେ ଯମ ଯେ ଡାକୁଛି

ଚାଲିଆସ ମୋର ମିତ,

ଯମପୁର ଆଉ କିଛିବାଟ ଅଛି

ହୋଇଯିବ ମୋ ସଙ୍ଗାତ।


◆କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)

◆ ମୋବାଇଲ:- ୯୫୬୬୧୧୩୬୦୭

◆ Gmail:- nirmaln270@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍