STORYMIRROR

Saphala Das

Others

2  

Saphala Das

Others

କାନ୍ଦଣା

କାନ୍ଦଣା

1 min
87

ମୋ ଲେଖା ମୋ ଦୁନିଆ ଅତୀତକୁ ଫେରେଇ ଆଣିଛି କିଛି ସ୍ମୃତି #ଜେଜୀ ମାଆର କାନ୍ଦଣା# କାହାର ହୃଦୟ ସ୍ପର୍ଶୀ ହୁଏ ତ କାହାକୁ ମଜା ଲାଗିପାରେ । ସତ କଥା କହିବାକୁ ଗଲେ ସୁନାକୁ ମାଜିଲେ ଚମକ ବଢେ । ସେହି ପରି ପୁରୁଣା ରୀତି ନିତି ଅତ୍ୟନ୍ତ ହୃଦୟସ୍ପର୍ଶୀ, ଶିକ୍ଷଣୀୟ ।


 ଝିଅ ଯେତେ ଖୁସି ମନରେ ବିବାହ କରୁ ପଛେ, ବାପଘରୁ ବିଦାୟୀ ବେଳେ ନିଶ୍ଚିତ ଲୁହ ଦୁଇ ବୁନ୍ଦା ଝରି ପଡେ । ଏ ଲୁହ ସବୁ ଦିନ ଅଲଗା କରେନି ବରଂ ସବୁଦିନ ପାଇଁ ମନେ ପକାଏ ବାପ ଘରର ମମତା ବନ୍ଧନ।


 ତେଣୁ ଏହି ଝିଅ ଶାଶୁ ଘର କାନ୍ଦଣା ଆରମ୍ଭ ହୁଏ ନିର୍ବନ୍ଧ ପର ଦିନଠୁ । ପ୍ରଥମ ସିନ୍ଦୂର ଇଶ୍ୱରଙ୍କ ଆଶିଷ ଝିଅ ମଥାରେ ଲାଗିଲା ପରେ ଆରମ୍ଭ ହୁଏ ଜେଜୀର କାନ୍ଦଣା । ପ୍ରଥମେ ଝିଅକୁ ଧରି ହଜିଯାଉଥିବା କାନ୍ଦଣାକୁ ଟିକେ ମନେ ପକାଇବା


 #ଜେଜୀ ମାଆର କାନ୍ଦଣା ଝିଅ ପାଇଁ#( 1)


ହାତେ ବାଢ଼ି ଭାତ ଖାଇ ନଥିଲୁ ଲୋ ।। ମୋ ବାଇଆଣୀ

ଏବେ ଭାତ ବାଢି ଦେବୁ ସଭିଙ୍କୁ ଲୋ ।। ମୋ ବାଇଆଣୀ

ପରକୁ ଆପଣା କରି ଚଳିବୁ ଲୋ  ।। ମୋ ବାଇଆଣୀ

 ତୁ ତ ସହିନାହୁଁ ଫୁଲର ଭାର ଲୋ  ।। ମୋ ବାଇଆଣୀ

କେମିତି ସହିବୁ ପଥର ଭାର ଲୋ  ।।ମୋ ବାଇଆଣୀ

ଝିଅ ଜନମ ତୋ ପର ଘରକୁ ଲୋ।  ।। ମୋ ବାଇଆଣୀ

ବାପା ଖୋଜିଦେଲେ ବିଦେଶୀ ବର।  ।। ମୋ ବାଇଆଣୀ

 ଶାଶୁ ଶଶୁର ତୋ ବଡ଼ ଦେବତା ଲୋ। ।। ମୋ ବାଇଆଣୀ

ତାଙ୍କୁ ପୂଜୁଥିଲେ ଜଗତ ଜିତା ଲୋ।   ।। ମୋ ବାଇଆଣୀ

 ସାଇ ପଡିଶାଙ୍କ ମୁହଁ ରେ ହସ ଲୋ।   ।। ମୋ ବାଇଆଣୀ

 ପଛେ ମୁହଁ ମୋଡା ପେଟରେ ବିଷ ।।   ।। ମୋ ବାଇଆଣୀ

ଶାଶୁ ଘର ନୁହେଁ ସରଗ ଧାମ ଲୋ।    ମୋ ବାଇଆଣୀ

ବାପା ମାଆଙ୍କର ରଖିବୁ ନାମ ଲୋ।    ମୋ ବାଇଆଣୀ


କ୍ରମଶଃ...



Rate this content
Log in