STORYMIRROR

Debabrata Barik Debunu

Others

3  

Debabrata Barik Debunu

Others

କାନ୍ଦିଲା ବେଳକୁ

କାନ୍ଦିଲା ବେଳକୁ

1 min
348


ଆଖିଏ ସପନ ଉଇ ଖାଉଥିଲା

ଶୂନ୍ୟସ୍ଥାନ ଥିଲା ଛାତିଏ

ଅନେକ ରାତିର ପ୍ରତିଶ୍ରୁତି ଦେଇ

ସାଥିବି ହେଲନି ରାତିଏ

ପାପୁଲିଏ ପ୍ରେମ ବସା ବାନ୍ଧିଥିଲା

ସୁଖ ଶବ୍ଦ ଥିଲା ଧାଡିଏ

ଶାମୁକେ ଶୂନ୍ୟତା ପୁରି ପାରିଲାନି

ଲୁହ ଜମି ଗଲା ଗାଡିଏ

ବାଟେଘାଟେ କିଏ ଦେଖା ହେବା ଲୋକ

ସ୍ମୃତି ଦେଇଯାଏ କଥାଏ

ମନଦୁଃଖ କଥା ବୁଝୁଥିବା ଲୋକ

କାନ୍ଦିଲା ବେଳକୁ ନଥାଏ...


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍