STORYMIRROR

Niranjan Sahu

Others

3  

Niranjan Sahu

Others

କାଳିରେ ପାଶେ ପାଶେ ମୋର ଥିବୁ

କାଳିରେ ପାଶେ ପାଶେ ମୋର ଥିବୁ

1 min
97

କାଳିଆ ରେ

କଣ ମାଗିବି ତୋତେ

କିଏ କହିଲାଣି ତୋତେ ସଖା ଵୋଲି

କିଏ କହିଲାଣି ତୋତେ ବନ୍ଧୁ ବୋଲି

କିଏ କହିଲାଣି ତୋତେ ସ୍ୱାମୀ ବୋଲି

କିଏ କହିଲାଣିତୋତେ ପ୍ରଭୁ ବୋଲି

ତୁ ତ ସଭିଙ୍କର ହେଇ ଗଲୁ

ତୋରି ପାଖରେ କଣ ଅଛି ଯେ

ମାଗିବି ତୋତେ କହିଲୁ


ଲୋଡ଼ା ନାହିଁ ମୋର ସଖା ହେବା ପାଇଁ

ଲୋଡ଼ା ନାହିଁ ମୋର ବନ୍ଧୁ ହେବା ପାଇଁ

ଲୋଡ଼ା ନାହିଁ ମୋର ସ୍ୱାମୀ ହେବା ପାଇଁ

ଲୋଡ଼ା ନାହିଁ ମୋର ପ୍ରଭୁ ହେବା ପାଇଁ

ଲୋଡ଼ା ନାହିଁ ମୋର କିଛି

ମନକଥା ମୋର କହୁଛି କାଳିଆ

ତୁ ମୋର ସବୁକିଛି


ମନରେ ମୋ ଥିବୁ

ତନରେ ମୋ ଥିବୁ

ଶରୀର ରେ ଥିବୁ

ଜୀବନ ରେ ଥିବୁ

ଏତିକି ମୋହର ଅଳି

ତୁ ପାଶେ ଥିଲେ ଡର ନାହିଁ ମୋର

ତୁ ମୋର ଜପାମାଳି


ଶେଷ ଇଚ୍ଛା ମୋର କହୁଛି କାଳିଆ

ମୋ ପ୍ରତି ଦୟା କରିବୁ

ମୁଁ ମଲା ବେଳକୁ କାଳିଆ ସୁନାରେ

ପାଶେ ପାଶେ ମୋର ଥିବୁ

କାଳିଆ ରେ ପାଶେ ପାଶେ ମୋର ଥିବୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍