STORYMIRROR

Kumudabandhu Naik

Others

3  

Kumudabandhu Naik

Others

କାଳିଆରେ

କାଳିଆରେ

1 min
228


ମାଗୁ ନାହିଁ ତତେ ଧନ ଯଶ କିର୍ତ୍ତି

ମାଗୁ ନାହିଁ ସିଂହାସନ।

ପାରୁ ଯଦି ଭକ୍ତି ଦିଅ ମୋ ହୄଦୟେ

ନିଷ୍ପାପ ରଖ ମୋ ମନ।

ଅଲପ ଦିନର ଦାରା ପୁତ୍ର ଧନ

ପ୍ରଭୁ,ଜାଣେ ସବୁ ମୁହିଁ।

ତଥାପି ତୋଠାରେ ଲାଗେନାହିଁ ଚିତ୍ତ

ପାରେନି କାରଣ ଜାଣି।

କରୁଛି ଗୁହାରି ହେ ବିଶ୍ବବିହାରୀ

କର ଏତିକି ଆଶିଷ।

ମୋ ହୃଦୟେ ଭରି ଦିଅହେ ଅମୃତ

କାଢି ଦେଇ ସବୁ ବିଷ।

ମୋହରି କାରଣୁ କେବେ କେଉଁ ପ୍ରଣୀ

ନ ହୁଅନ୍ତୁ ଦୁଃଖ ମନା।

ଯୋଡି ବେନି ପାଣୀ କରୁଛି ଗୁହାରି

ପୂର୍ଣ୍ଣ କର ମୋ କାମନା।


Rate this content
Log in