STORYMIRROR

BISWESWAR MAJHI

Others

5.0  

BISWESWAR MAJHI

Others

ପରିହର ମହବାହୁ

ପରିହର ମହବାହୁ

1 min
14K


ନୀଳ କନ୍ଦରେ ଗୁପତେ ବିଶ୍ଵାବସୁ ସେବେ

ବିଦ୍ୟାପତି ଠାବ କଲେ ଲଳିତା ପ୍ରଭାବେ ।

ଶ୍ରୀଗୁଣ୍ଡିଚା ଇନ୍ଦ୍ରଦ୍ୟୁମ୍ନ ତବ ମାତ ପିତ

ଜଗନ୍ନାଥ ମୋ ନୟନେ ହୁଅ ପ୍ରତିଭାତ ।୧।


କଳ୍ପତରୁ ସ୍ୱୟଂ ଷୋଳ କଳାର ଠାକୁର

ମୀନ କୁର୍ମ ଶୁକରାଦି ଦଶ ଅବତାର ।

ମର୍ତ୍ତ୍ୟ ବୈକୁଣ୍ଠେ ରାଜିତ ଅମର ଅର୍ଚ୍ଚିତ

ଜଗନ୍ନାଥ ମୋ ନୟନେ ହୁଅ ପ୍ରତିଭାତ ।୨।


ମହୋଦଧି ତୀର ଶଂଖକ୍ଷେେତ୍ରେ କର ଲୀଳା

ଦକ୍ଷିଣେ ସୁଭଦ୍ରା ଅନ୍ତେ ରୋହିଣୀର ବାଳା

ଅଧା ଗଢା ଦାରୁ ଦିଅଁ ଜଗତ ବିଖ୍ୟାତ

ଜଗନ୍ନାଥ ମୋ ନୟନେ ହୁଅ ପ୍ରତିଭାତ ।୩।


ମୟୁର ଚନ୍ଦ୍ରିକା ଶିରେ ତୁଳସୀ ମହକ

ହସ୍ତ ପଦ ନାହିଁ ପୁଣି ନେତ ଅପଲକ ।

ଦେବଦାସୀ କରେ ରାଧା ଭାବେ ନୃତ୍ୟ ଗୀତ

ଜଗନ୍ନାଥ ମୋ ନୟନେ ହୁଅ ପ୍ରତିଭାତ ।୪।


ନଟବର ନାନା ବେଶେ ଦିଅ ଦରଶନ

ରାଜରାଜେଶ୍ୱର ବେଶ ଅବା ଗଜାନନ ।

ଶ୍ରୀଗୀତ ଗୋବିନ୍ଦେ ପ୍ରୀତ ଜୟଦେବ କୃତ

ଜଗନ୍ନାଥ ମୋ ନୟନେ ହୁଅ ପ୍ରତିଭାତ ।୫।


ଆଷାଢ ଶୁକ୍ଳ ଦୁତୀୟା ଦୟିତା ମେଳରେ

ମାଉସୀ ଘରକୁ ଯାଅ ନନ୍ଦିଘୋଷ ପରେ ।

ପତିତ ଉଦ୍ଧାର ଲାଗି ନବଦିନ ଯାତ

ଜଗନ୍ନାଥ ମୋ ନୟନେ ହୁଅ ପ୍ରତିଭାତ ।୬।


କାମିନୀ କାଂଚନ ଧନ ଆୟୁ ଯଶ ମାନ

ଅଳୀକ ସଂପଦ ମାନ କିବା ପ୍ରୟୋଜନ !

କୈବଲ୍ୟ କଣିକାଟିଏ ମିଳୁ ଆହେ ମିତ

ଜଗନ୍ନାଥ ମୋ ନୟନେ ହୁଅ ପ୍ରତିଭାତ ।୭।


କଳିର କଳୁଷ ବଢେ କଳାକର ପରି

ନାଶକର ନରହରି କଳ୍କି ରୂପ ଧରି ।

ଅନିତ୍ୟ ସଂସାରୁ ପାରି କର ହେ ସାମନ୍ତ

ଜଗନ୍ନାଥ ମୋ ନୟନେ ହୁଅ ପ୍ରତିଭାତ ।୮।


majhibisweswar@gmail.com

M: 9437697161


Rate this content
Log in