STORYMIRROR

RAJESH MOHAPATRA

Others

2  

RAJESH MOHAPATRA

Others

କାଳିଆର ଦର୍ଶନ

କାଳିଆର ଦର୍ଶନ

1 min
4.9K



ଅଭଡ଼ା ଟିକକ ପାଇବା ପାଇଁକି
କେତେଦୂରୁ ମୁଁ ଯେ ଆସିଛି ଧାଇଁ
ଆନନ୍ଦବଜାର ରେ ବସିଲା ପରେ
ସବୁ କଷ୍ଟ ମୋର ଲିଭିଛି ଯାଇଁ l

ଅନ୍ନ ଡାଲି ସହ ବେସର ମହୁର
ଚାଖି ଆତ୍ମା ମୋର ହୁଏଯେ ଶାନ୍ତି
ତା ଟଙ୍କ ତୋରାଣି ତଣ୍ଟିରେ ପଡି
ନାଶ ହୁଏ ମୋର ସମସ୍ତ କ୍ଲାନ୍ତି l

ଲକ୍ଷ୍ମୀ ମନ୍ଦିରରେ ସନ୍ଧ୍ୟା ଆଳତିରେ
ବିଭୋର ହୁଏ ଆଜି ମୋ ମନ
ସେ ଘଣ୍ଟ ଶବ୍ଦରେ ଭଜନ ଗାନରେ
ନାଚି ଉଠେ ସାରା ଧରା ଓ ଗଗନ l

କେତେ ଅପେକ୍ଷାର ଅନ୍ତ ଘଟିଲା
ଶେଷରେ କାଳିଆର ଦେଖା ମିଳିଲା
ନେତ୍ର ମୋର ଯୋଖିଗଲା ତା ନେତ୍ରରେ
ଚିତ୍ତତୃପ୍ତି ମୋର ହୋଇଲା ଶେଷରେ l


Rate this content
Log in