କାଳିଆକୁ ପଦେ
କାଳିଆକୁ ପଦେ
କାଳିଆ ହେ ତୁମ ଲାଗି ରଥକାଠ
ଆଜିଭଳି ଶୁଭଦିନ ହେବ ଅନୁକୁଳ
ହେଲେ କି ହେବ ଭଲନାହିଁ ମନ କାହାର
ସୁଖ ଛଡାଇଛି ଆଜ ବେଳକାଳ ॥
ବାତ୍ୟା ଆଣି ଉଜାଡିଛ ଭଗବାନ
ବାକି ନାହିଁ ଦେଖିବାକୁ ସୁଖସପନ
ଚାଷୀଙ୍କ ପାଈଁ ଆଜି ଯେ ଶୁଭଦିନ
କେମତି ବିନ୍ଛିଦେବେ ଭୁମିରେ ବିହନ ॥
ସୁନାରୁପା ଧାତୁ କିଣି ହୁଅନ୍ତେ ଖୁସି
ଖାଇବାକୁ ମିଳୁନାହିଁ ଖୁସି ହେଲା ବାସି
ବିଜୁଳି ଅଭାବେ ଆଜି ଲାଗୁଛି ଅନ୍ଧାର
କେମିତି ପାରିବେ ଆଜଦିନେ ହସି ॥
ଓଡିଶା ରାଇଜ କରିଥିଲା କି ପାପ
ଆଣିଦେଲ ପ୍ରଳୟ କରୁଛନ୍ତି ପ୍ରଳାପ
ବୄକ୍ଷଲତା ପଶୁପକ୍ଷୀ ସଭିଏଁ କାନ୍ଦୁଛନ୍ତି
ମଣିଷ ପାରେନା କହି କଥା ଅଳପ ॥
ଯାହା ବିଗାଡିଛ ପ୍ରଭୁ ଫେରାଇଣଦିଅ
ସଭିଙ୍କ ମୁଖରେ ପୁଣି ହସ ଭରିଦିଅ
ଏତିକି ଗୁହାରୀ ମୋର କାଳିଆଠାକୁର
ଓଡିଶାବାସୀଙ୍କୁ ନିତିଦିନ ରକ୍ଷାକର ॥
