STORYMIRROR

Aruna Kar

Others

2  

Aruna Kar

Others

କାଳିଆ

କାଳିଆ

1 min
13.7K


ଅପରୂପ ତୁମ ଶ୍ରୀମୁଖ ମାଧୁରୀ

  ଆଖି ମୋର ଯାଏ ଲାଖି,

ଧାର ଧାର ବହେ ନୟନ ରୁ ନୀର

 ତଣ୍ଟି ପାଟି ଯାଏ ସୁଖି

ଚକାନୟନକୁ ଚାହିଁ ଦେଲେ ପ୍ରଭୂ

   ଭୋକ ଶୋଷ ଭୁଲି ଯାଏ

ଜୀବନ ଓ ଧନ କାମନା, ବାସନା

   ସବୁ ତୁଛ ମନେ ହୁଏ

ତୁମ୍ଭ ପାଦ ପଦ୍ମେ ଆଶ୍ରା ଦେବ ପ୍ରଭୂ

  ଏତିକି ମୋ ଅଭିଳାଷ

ତୁମ୍ଭ ମୁଖ ଚାହିଁ ଏ ଜୀବନ ଦୀପ

    ହେଇଯାଉ ମୋର ଶେଷ

 . . . . . . . ଅରୁଣା


Rate this content
Log in