STORYMIRROR

Suresh chandra Rath

Others

3  

Suresh chandra Rath

Others

କାଳିଆ

କାଳିଆ

1 min
297

    ଚନ୍ଦନ ଚର୍ଚ୍ଚିତ ଚିକ୍କଣ କାଳିଆ

         ରତନ ବେଦୀରେ ବସ

    ଚକା ଆଖି ମେଲି ଚଉଦିଗେ ଚାହିଁ

         ମୁରୁକି ମୁରୁକି ହସ

    କାଂଚନ ଖଚିତ ରାଜରାଜେଶ୍ବର

          ବେଶ ଅତି ଚମତ୍କାର

     କାଦମ୍ବରୀ ପାନେ ମତ୍ତ କରିଥିଲ

          ଯଦୁବଂଶ ପରିବାର

      ନନ୍ଦ ରାଜାସୁତ ଗୋପାଳଙ୍କ ମିତ

           ଦହି ଲବଣି ଚୋରାଇ

      ଚିତ୍ତଚୋର ନାମେ ଡିଣ୍ଡିମ ବାଜିଲା

           ଗୋପାଙ୍ଗନାଙ୍କର ସାଇଁ

      ଶ୍ରୀକ୍ଷେତ୍ର ଭୂଇଁର ଶରଧା ବାଲିରେ

           ଚାଲେ ରଥ ନନ୍ଦୀଘୋଷ

      ସର୍ବଜନ ପ୍ରାଣେ ଆହ୍ଲାଦ ଦିଅଇ 

           ସବୁରି ମୁଖରେ ହସ

      ଗୁଣ୍ଡିଚା ମନ୍ଦିର ଗରବେ ହସୁଛି

           ଗାଇ ଭକ୍ତି ରସ ଗୀତ

       ଗହଳି ଲାଗିଛି ବଡ ଦାଣ୍ଡେ ପରା

           ଦେଖରେ ମିତ ସଙ୍ଗାତ

        ନୀଳଚକ୍ର ପରେ ଉଡେ ଫରଫର

            ପତିତପାବନ ବାନା

        ନୀଳପାରାବାରେ ଭକ୍ତ ବୁଡି କହେ

             ପୂର୍ଣ୍ଣ କର ମୋ କାମନା

         କାଳିଆ ବଳିଆ "ମା" ଲୋ ସୁଭଦ୍ରା

              କୋଟି କୋଟି ଦଣ୍ଡବତ

          ଅର୍ଗଳିରେ ଗଳି ଯାଇ ପାରିବିନି

              ମୁଣ୍ଡେ ରଖିଦିଅ ହାତ

         ଅଣାକାର ପ୍ରଭୂ ଅନ୍ତର୍ଯ୍ୟାମୀ ଦେବ

             ଅଣହେଳା ନ କରିବ

          ଅନ୍ତିମ କାଳରେ ଆବିର୍ଭାବ ହୋଇ

             ଅନନ୍ତ ପୁରକୁ ନେବ ।

                      

            


Rate this content
Log in