STORYMIRROR

Suresh chandra Rath

Others

3  

Suresh chandra Rath

Others

କାଳିଆ

କାଳିଆ

1 min
445

      ଚନ୍ଦନ ଚର୍ଚ୍ଚିତ ଚିକ୍କଣ କାଳିଆ

           ରତନ ବେଦୀରେ ବସ

      ଚକା ଆଖି ମେଲି ଚଉଦିଗେ ଚାହିଁ

           ମୁରୁକି ମୁରୁକି ହସ।


      କାଂଚନ ଖଚିତ ରାଜରାଜେଶ୍ବର

           ବେଶ ଅତି ଚମତ୍କାର

      କାଦମ୍ବରୀ ପାନେ ମତ୍ତ କରିଥିଲ

           ଯଦୁବଂଶ ପରିବାର ।


      ନନ୍ଦରାଜାସୁତ ଗୋପାଳଙ୍କ ମିତ

           ଦହି ଲବଣି ଚୋରାଇ

      ଚିତ୍ତଚୋର ନାମେ ଡିଣ୍ଡିମ ବାଜିଲା

            ଗୋପାଙ୍ଗନାଙ୍କର ସାଇଁ ।


      ଶ୍ରୀକ୍ଷେତ୍ର ଭୂଇଁର ଶରଧା ବାଲିରେ

            ଚାଲେ ରଥ ନନ୍ଦିଘୋଷ

      ସର୍ବଜନ ପ୍ରାଣେ ଆହ୍ଲାଦ ରଚଇ

             ସବୁରି ମୁଖରେ ହସ।


       ଗୁଣ୍ଡିଚା ମନ୍ଦିର ଗରବେ ହସୁଛି

             ଗାଇ ଭକ୍ତି ରସ ଗୀତ

       ଗହଳି ଲାଗିଛି ବଡ ଦାଣ୍ଡେ ପରା

             ଦେଖରେ ମିତ ସଂଗାତ।


        ନୀଳଚକ୍ର ପରେ ଉଡେ ଫରଫର

              ପତିତପାବନ ବାନା

        ନୀଳପାରାବାରେ ଭକ୍ତ ବୁଡି କହେ

              ପୂର୍ଣ୍ଣ କର ମୋ କାମନା।


         କଳିଆ ବଳିଆ "ମା" ଲୋ ସୁଭଦ୍ରା

              କୋଟି କୋଟି ଦଣ୍ଡବତ

         ଅର୍ଗଳି ରେ ଗଳି ଯାଇ ପାରିବିନି

               ମୁଣ୍ଡେ ରଖିଦିଅ ହାତ।


        ଅଣାକାର ପ୍ରଭୂ ଅନ୍ତର୍ଯ୍ୟାମୀ ଦେବ

               ଅଣହେଳା ନ କରିବ

        ଅନ୍ତିମ କାଳରେ ଆବିର୍ଭାବ ହୋଇ

               ଅନନ୍ତ ପୁରକୁ ନେବ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍