STORYMIRROR

TUKUNA SAHU

Others

3  

TUKUNA SAHU

Others

କାଳିଆ ଠାକୁର

କାଳିଆ ଠାକୁର

1 min
4.1K


ଷାଠିଏ ପଉଟି ଭୋଗରୁ କାଳିଆ

ମାଗୁନାହିଁ ତୋତେ ମୁଠେ

ପଖାଳ କଂସାରେ ପେଟ ପୁରେ ମୋର

ଲାଞ୍ଛିତ ହୁଏ ତୋ ପାଶେ ।

ପାଟ ପୀତାମ୍ବରୀ ଚନ୍ଦନ କସ୍ତୁରୀ

ଲୋଡା ନାହିଁ କିଛି ମୋତେ

ଚିରା କନା ପିନ୍ଧା ଚେହେରା ମୋହର

ଶୋଭା ଦିଶେ ଯଦି ତୋତେ ।

ତୋ ବଡ଼ ଦେଉଳ ପରି ବଡ଼ଘର

କି ଅବା କରିବି ସତେ

ଭଙ୍ଗା ଚାଳିଆ ରେ ଦିନ ମୋ ବିତିବ

ହସୁଥା ଦେଖି ତୁ ମୋତେ ।

ଲୋଡା ନାହିଁ ତୋର ଅଧର ପଣା କି

ଟଙ୍କ ତୋରାଣିରୁ ଟୋପେ

ଲୋଟାଏ ପାଣିର ଶୋଷ ବୁଝି ଯାଏ

ଖୁସି ଦିଏ ତାହା ମୋତେ।

ମେଘନାଦ ପାଚେରୀ କରିବି ମୁଁ କିଆଁ

ଭଙ୍ଗା କୁଡିଆ କୁ ମୋର

ନାହିଁ ମୋ ପାଖରେ ଧନ ଦଉଲତ

ନେଇ ଯିବା ପାଇଁ ଚୋର ।

ନାଟ ମଣ୍ଡପଟେ କରିବି କାହିଁକି

ମୁଁ ଯେ ଦେବଦାସ ତୋର

ପାଦରେ ମୋହର ଶୋଭା ପାଉ ଥାଉ

ତୋ ପାଇଁ ବନ୍ଧା ଘୁଙ୍ଗୁର ।

ନନ୍ଦିଘୋଷ ପରି ଏତେ ବଡ଼ ଯାନ

ନାହିଁ ମୋତେ ଦରକାର

ପାଦରେ ମୋହର ଚାଲି ଯିବି

ସିଂହଦ୍ଵାରକୁ ତୋହର ।

**କ୍ରମଶଃ **

ଟୁକୁନା ସାହୁ

ସାନ୍ତରା ପଲ୍ଲୀ

ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍