STORYMIRROR

rasmi maye pati

Others

3  

rasmi maye pati

Others

କାଳିଆ ସାଆନ୍ତେ ହୋ

କାଳିଆ ସାଆନ୍ତେ ହୋ

1 min
69


ସଂସାର ଟା ଆଜି ଜଗନ୍ନାଥ ମୟ

ଚତୁର୍ଦ୍ଦିଗେ କୋଳାହଳ

ଟିଭି କାଚ ଠାରୁ ବଡ଼ ଦାଣ୍ଡ ଯାଏଁ 

ସମସ୍ତେ ଚଳ ଚଞ୍ଚଳ୧

ଶବ୍ଦ ମୟ ଆଜି ପୁରୀ ବଡ଼ ଦାଣ୍ଡ

ଘଣ୍ଟ ଘଣ୍ଟା ଓ ଭକତ

ଦେହ ମନ ଆଜି ହୁଏ ଶିହରଣ

ଆସିବେ ଜଗତ ନାଥ୨

ସାରା ବିଶ୍ବରୁ ଛୁଟି ଥାନ୍ତେ ଲୋକେ

ଦେଖିବାକୁ ଘୋଷ ଯାତ

ସଭିଙ୍କ ମନରେ ଦୁଃଖର ଜୁଆର

କରୁଚି ତାଣ୍ଡବ ନୃତ୍ୟ୩

ଭୂତାଣୁ ଟେ ଆଜି ରାଜୁତି କରୁଛି

ସର୍ବେ ହୋଇଲେ ପରାସ୍ତ

ଆନନ୍ଦ ଉଲ୍ଲାସ ସାରି ଦେଲା ସବୁ

ଗୃହେ କରିଲା ଆକଟ୪

ଗୃହରେ ଆକଟ ମନ ଛଟ ପଟ

ଦର୍ଶନୁ କଲେ ବଞ୍ଚିତ

କିପରି ସମ୍ଭବ ସାରା ବିଶ୍ଵ ବାସୀ 

ସମସ୍ତେ ଅପେକ୍ଷା ରତ୫

ଭକତଙ୍କ ଲୁହ ପ୍ରେମ ବନ୍ଧନରେ 

ଆନନ୍ଦରେ ଗଡ଼ି ରଥ

କେମିତି ହେ ପ୍ରଭୂ ବିନା ଭକତରେ

ହେବ ତୁମ ଘୋଷ ଯାତ୬

ଭକତ ବତ୍ସଳ ଭାବର ଠାକୁର 

ପ୍ରେମ ବନ୍ଧନ ରେ ବନ୍ଧା

ପ୍ରେମ ଓ ଭକ୍ତି କୁ ଘରେ ବାନ୍ଧି ଦେଲେ

କାନ୍ଦିବେ ଭକ୍ତଙ୍କ ସଖା୭

ଲୁଚାଇ ଲୁଚାଇ ପ୍ରଭୂ କାନ୍ଦୁ ଥିବେ 

ଖୋଜୁଥିବେ ଭକତଙ୍କୁ

ସତେ କଣ ପ୍ରଭୂ ନିରାଶ ମନରେ

ଫେରିବେ ଶ୍ରୀ ମନ୍ଦିର କୁ୮

ସେଇ ଏକା ଗିରି ଗୋବର୍ଦ୍ଧନ ଟେକା

ସେଇ ରଚିଥିଲା ଗୀତା

ବାଲି ର ରଥ ରେ ବଳରାମ ଦାସ

ତାଙ୍କୁ ଦେଇଥିଲା ଦେଖା ୯

ପା ତାଳେ ଚା ପିଲା ମହା ଦାନୀ ବଳି

ତା ହା ତେ ସବୁ ସମ୍ଭବ

ସିଏ ହିଁ ଚା ହିଁଲେ ସବୁ ବିପଦରୁ

ସୃଷ୍ଟି ଉଦ୍ଧାର କରିବ ୧୦

ସାଲବେଗ ପାଇଁ ବଡ଼ ଦାଣ୍ଡେ ଦିନେ

ଅଟକି ଗଲା ତ ସେହି

ସାରା ବିଶ୍ୱେ ହେବ ଆଜି ଘୋଷ ଯାତ

ଚା ହିଁ ଲେ ଜଗତ ଶାଇଁ ୧୧

ଭାବର ସାହରେ ଭାବ ର ପସରା

ଖୋଲି ବେ କାଳା ଠାକୁର

ସେଇ ପସରା ରୁ ବିନ୍ଦୁଏ ବିନ୍ଦୁ ଏ 

ଲଭିବ ସାରା ସଂସାର ।୧୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍