STORYMIRROR

Prasanta kumar Hota

Others

2  

Prasanta kumar Hota

Others

କାଳିଆ ରେ ମୁଁ ଆସିଛି

କାଳିଆ ରେ ମୁଁ ଆସିଛି

1 min
7.8K


ଆସିଛି କାଳିଆ ସକାଳୁ ସକାଳୁ

କରିବି ମୁଁ ଦରଶନ

ବଡଦାଣ୍ଡ ଧୂଳି ବୋଳିବି ମୁଁ ଟିକେ

କେତେ ଦିନୁ ଅଛି ମନ


ତୋ ବଡ ଦାଣ୍ଡରେ ଚାଲି ଆସିଲେରେ

ଧୂଳି ଲାଗିଯାଏ ଦେହେ

ସେ ଧୂଳି କପାଳେ ବୋଳି ହୋଇଗଲେ

ତୋର ଅନୁଭବ ପାଏ


ଚାଲୁ ଚାଲୁ ଦିଶେ ତୋ ବଡ ଦେଉଳ

କେତେ ଆସେ କୌତୁହଳ

ମନର ସରାଗ ବଢାଏ ମୋ ବେଗ

ଗହଳେ ଚାଲେ ଚଞ୍ଚଳ।


ଦେଖିଲି ଭକତ ଗହଳି ଶକତ

ଦେଖୁଥାଏ ସିଂହଦ୍ଵାରେ

ଠେଲାପେଲା ନାହିଁ ଲାଇନି ଲମ୍ବିଛି

କାଳିଆର ଅପେକ୍ଷାରେ।


ଗର୍ଭଗୃହ ଦ୍ଵାରେ ଠେଲା ପେଲା ପରେ

ପାଇଲି ମୁଁ ତୋର ଦେଖା

ଭାବଗ୍ରାହୀ ବୋଲି ଜାଣିଗଲୁ ବୋଧେ

ସଖା ପରି କଲୁ ଡକା


ନଡାକିଲେ ଡାକ ଶୁଣିବୁ ନାହିଁ ତୁ

କଷ୍ଟ ପଥେ ଯିବୁ ନେଇ

ଅନ୍ତର ପ୍ରତୀକ୍ଷା ଅନ୍ତର ହୋଇବ

ମନେ ମନେ ଭାଳୁଥାଇ।


କାଳିଆରେ କେତେ ଯତନରେ ଡାକେ

ଯାଉଛି ମୁଁ ତୋର ପାଖେ

ବସିବି ଘଡିଏ ତୋତେ ଦେଖି ଦେଖି

ନିଘା ରଖିଥିବୁ ଟିକେ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍