କାଳିଆ ପାଇଁ ଦୁଇ ପଦ
କାଳିଆ ପାଇଁ ଦୁଇ ପଦ
1 min
13.4K
ଶ୍ରୀକ୍ଷେତ୍ର ଉପରେ ଘର କରିଅଛୁ
ବସିଛୁ ଯେ ରତ୍ନ ସିଂହାସନେ
ନାହିଁ ମୋର କିଛି ଘର ପରିବାର
ବସିଛି ତୋ ଦାଣ୍ଡ ଦୁଆରେ l
ଭିକ ମାଗେ ବୋଲି ନାହିଁ ମନେ ଦୁଃଖ
ମୁଁ ଯେ ବଡଦାଣ୍ଡର ଭିକାରି
ଏକ ମାତ୍ର ଆଶା ଦବୁନି କେବେ ଲୋ
ମୋତେ ତୋ ମନରୁ ପାସୋରି l
ରତ୍ନ ସିଂହାସନେ ବସିକି ତୁହି ଲୋ
ମୁରୁକି ମୁରୁକି ହସୁ
ଭାଇ ଭଉଣୀ ସହିତ ମିଶିକି
ସମସ୍ତଙ୍କ ଅଙ୍କ କଶୁ ।
ତୋ ପାଖେ ଧନୀ କେ, କିଏ ବା ଗରିବ
ସଭିଙ୍କୁ ଏକଇ ମଣୁ
ଯିଏ ତୋତେ ତା ହୃଦୟେ ଡାକିଲା
ତୁ ତାହାକୁ କେବଳ ଶୁଣୁ ।
