STORYMIRROR

RAJESH MOHAPATRA

Others

2  

RAJESH MOHAPATRA

Others

କାଳିଆ ନିକଟେ ଗୁହାରି

କାଳିଆ ନିକଟେ ଗୁହାରି

1 min
1.7K



ଜଗତର ନାଥ ବୋଲାଉ ନିଜକୁ
ଆସିଛୁ ଜଗତର ଉଦ୍ଧାର ପାଇଁ
ହେଲେ ଏତେ ଅପକର୍ମ ଘଟୁଛି ତୋ ଦେଶେ
ସବୁ ଦେଖି ଏତେ ମୌନ କାହିଁ l

ଵୃଦ୍ଧାଶ୍ରମରେ ବୁଢ଼ା ମା ବାପା
କାଟନ୍ତି ଜୀବନ ଆଶ୍ରହୀନ ହୋଇ
ଦିନ ରାତି ତୋତେ ପୂଜୁଛନ୍ତି ହେଲେ
ତାଙ୍କ ଦୁଃଖ ତତେ ଦିଶଇ ନାହିଁ l

ଶାଶୁ ଘରେ ବୋହୁ ପାଉଛି ଯନ୍ତ୍ରଣା
ସ୍ୱାମୀ ମଧ୍ୟ ମୁହଁ ଦିଏ ବୁଲେଇ
ସବୁ ଆଶା ଛାଡ଼ି ପଶେ ତୋ ସରଣେ
ତାର କଷ୍ଟ ଟିକେ ଦେଖିଲୁ ନାହିଁ l

ଗୁଣ୍ଡା ରାଇଜରେ ପୁଲିସ ନିରବ
କଲବଲ ଯାହା ହୁଅଇ ଗରିବ
ଆଶାହୀନ ହୋଇ ଡାକେ ସେ ତୁମକୁ
ହେଲେ ସେ ଆଡ଼େ ନିଘା ତୋ ନାହିଁl

ବିଗତ ଦିନରେ ସାଲବେଗ ପାଇଁ
ତୋର ନନ୍ଦିଘୋଷ ଅଟକି ଥିଲା
ଭକ୍ତ ବିଦୁରର ଶାଗ ଭଜା ପାଇଁ
ମନ କେତେ ତୋର ବ୍ୟାକୁଳ ଥିଲା l

ସେଇତ ମନ୍ଦିର ରହିଛି
ସେଇମିତି ପୂଜା ଚାଲିଛି ହେଲେ
ଆଜିସେ ଅଭାଗା ଭକତର ଡାକ
କାନେ କିଆଁ ତୋର ପଡୁନି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍