STORYMIRROR

Pranati Mahapatra

Others

3  

Pranati Mahapatra

Others

କାଳିଆ ଲୀଳା

କାଳିଆ ଲୀଳା

1 min
13.1K


ଶ୍ରୀ ମର୍ତ୍ତ୍ୟ ବୈକୁଣ୍ଠେ ଲାଗିଛି

ସତେ ଅପୂର୍ବ ଲୀଳା,

ଯୁଆଡେ ଯାଏ ରେ କାଳିଆ

ସେତ କରଇ ଖେଳା।

ଶ୍ରୀ ମନ୍ଦିର ଆଜି ଶ୍ରୀହୀନ

ଦିଶେ ଗହଳି ନାହିଁ,

ଶ୍ରୀଲକ୍ଷ୍ମୀ ମାତା ଚାହିଁଛନ୍ତି

ତାଙ୍କ ପଥକୁ ଭାଇ।

ଶ୍ରୀମୁଖ ଦର୍ଶନ ନ କରି ସେ ତ

ପାଗେଳି ପ୍ରାୟ,

ଶ୍ରୀଅଙ୍ଗର ବାସ ନ ପାଇ

ଦିଶେ ଅନ୍ଧାର ମୟ।

ଶ୍ରୀଗୁଣ୍ଡିଚା ଯାତ ଯାଇଣ

ସାଥେ ଭଉଣୀ ଭାଇ,

ଶ୍ରୀଗୁଣ୍ଡିଚା ମାଆ ଆଦରେ

ରହିଯିବେ କି ସେହି।

ଶ୍ରୀକ୍ଷେତ୍ରର ବଡ଼ ଦେଉଳେ

ଗହଳି ଶୁଭେ ନାହିଁ,

ଶ୍ରୀଗୀତଗୋବିନ୍ଦର ସ୍ଵର

କର୍ଣ୍ଣେ ତ ବାଜେ ନାହିଁ।

ଶ୍ରୀ ମହାପ୍ରସାଦକୁ ଲକ୍ଷ୍ମୀ

ଆଉ ପାଆନ୍ତି ନାହିଁ,

ଶ୍ରୀ ଚନ୍ଦନ ଛଡ଼ା ତୁଳସୀ ପାଇଁ

ହୋ ହାଲ୍ଲା ନାହିଁ।

ଶ୍ରୀ ବେତ ପାହାର ଭକତ ଶିରେ

ବାଜଇ ନାହିଁ,

ଶ୍ରୀଟଙ୍କ ତୋରାଣି ମୁନ୍ଦିଏ

ରୋଷ ଶାଳାରେ କାହିଁ।

ବଡ଼ଦାଣ୍ଡ ବଡ଼ଦେଉଳ ବଡ଼

ନେତ ବିରସେ,

ବଡ଼ପଣ୍ଡା ବଡ଼ଧଣ୍ଡାଙ୍କ ଶିରେ

ଦୁଃଖ ବରଷେ।

ଶ୍ରୀମଧୁସୂଦନ ଶ୍ରୀପୋଡ଼ ପିଠା

ଖାଇବା ପାଇଁ,

ଶ୍ରୀ ଜନ୍ମ ବେଦିକୁ ବରଷେ ଥରେ

ଆସନ୍ତି ଧାଇଁ।

ଆସ ଆସ କଳାକାହ୍ନୁ ହେ

ଜଗତ ଅଧିପତି,

ଜଗତର ଶ୍ରେଷ୍ଠ ପୁରୁଷ

ଶ୍ରୀଲକ୍ଷ୍ମୀଙ୍କ ଶ୍ରୀପତି।

ପ୍ରଣତି ମହାପାତ୍ର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍