Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ZYOTSNA PATRAW

Others

2  

ZYOTSNA PATRAW

Others

କାଳିଆ ଗୋ ତୁମ ପ୍ରେମରେ ପଡିଛି

କାଳିଆ ଗୋ ତୁମ ପ୍ରେମରେ ପଡିଛି

1 min
167


କେତେ ଆଉ ତୁମ ଗୁଣ ଯେ ଗାଇବି

କେତେ ଫୁଲ ହାର ଦେବି

କେତେ କାଳ ତୁମେ ନୀରବେ ରହିବ

ଖାଲି ଆଖିଠାର ଦେଖୁଥିବି l


ତୁମେ କି ଝୁରୁଛ ରାଧାର ପୀରତି

ମୋ ପ୍ରେମରେ ନୁହେଁ ବସ

ଝୁରୁଛ କି ତୁମେ ଗୋପଦାଣ୍ଡ ବାଟ

କଦମ୍ବ ଫୁଲର ବାସ l


ଏତେ ସବୁ ଯଦି ଦରକାର ତୁମ

କୁହ କାନ ପାରେ ଆସି

ମଉନେ କିମ୍ପାଇ ବସିଛ ଦେଉଳେ

ଆଖିଠାରେ ଖାଲି ହସି l


ତୁମେ ତ ନାଟୁଆ ଦୁନିଆ ହାଟରେ

ସରମ ତୁମକୁ ନାହିଁ

ଫେରି ଆସେ ଯେବେ ତୁମରି ଦୁଆରୁ

କଥା ପଦେ କୁହ ନାହିଁ l


ମୁକ ହୋଇ ତୁମେ ରୁହ ନାହିଁ ପ୍ରଭୁ

ମୀରା ରାଧା ମୋତେ କର

ନ ଦିଅ ଗୋ ଆଖି ଠାର

କାଳିଆ ଗୋ ତୁମ ପ୍ରେମରେ ପଡ଼ିଛି

ଧରି ନିଅ ହାତ ମୋର l



Rate this content
Log in