STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

କାଳବୈଶାଖୀର ଫତ୍ୱହା । କାଶ୍ୟପ ।

କାଳବୈଶାଖୀର ଫତ୍ୱହା । କାଶ୍ୟପ ।

1 min
26.2K


ଅଣଚାଷ ପବନ ବାବନ ଝାଞ୍ଜି ୟାକୁ କୁଆଡେ କହନ୍ତି, କାଳ ବୈଶାଖୀ , ସ୍କୁଲ କଲେଜ ସବୁ ବନ୍ଦ ଗାଡି ବସ ସବୁ ଫାଙ୍କା ସହର, ବଜାର ଦି ପ୍ରହରେ ଶୂନଶାନ । (୧)

ଆସିଗଲା ପଖାଳ ରାଜ, ପଞ୍ଚ ତାରକା ହତେଲ ସହ ବସ ଷ୍ଟାଣ୍ଡ ତଳି ଠିଆ ଦୋକାନ ସବୁଠି, ବାସି ପଖାଳ କୁ କାଞ୍ଜି, ଶାଗ ବଡ଼ି ଭଜା ଆଳୁ ଭଜା, ଉଲ୍ଲୀ ଟମାଟ ଲଙ୍କା ଲେମ୍ଭୁ ଚାକଣା, ପିଡ଼ିଆ ବଡ଼ି କି ବଡ଼ି ଚୁରା ମାଛଭଜା ଓଡ଼ିଆ ର ରଙ୍କ । (୨)

ଓଡ଼ିଆର କଂସେ ପଖାଳକୁ ଚାରିଘଡି ନିଦ ଖରାଦିନ ତାର ଆମୋଦପ୍ରମୋଦ ଦିନ ଆସିଗଲା ପରା କାଳ ବୈଶାଖୀ , ତତଲା ଝାଞ୍ଜି,ଓଦା ଗାମୁଛା, ସାଇକେଲ ରେ ବନ୍ଧା ବୋତଲେ ପାଣି କିଏ ! ହେବ ହନ୍ତସନ୍ତ ଫତ୍ୱହା ଜାରି କରିଛି ବୈଶାଖୀ----------- ଫର୍ମାନ ଜାରି କରିଛନ୍ତି ସରକାର, ଅଂଶୁଘାତ ରେ ମରିବେନି କେହି । (୩)

ଆଜିର ତାଜା ଖବର କୋଡିଏ ଟଙ୍କା ହେଲା ବୋତଲେ ପାଣି , ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ଶହେ କୁ ଟପିଲା ତତଲଗଡ଼ (ଟିଟିଲାଗଡ଼) ତାପମାତ୍ରା ସର୍ବାଧିକ ୪୭ ଡିଗ୍ରୀ, ମଲା ଝିଟିପିଟି ମୃଦୁପାନୀୟ ବୋତଲେ ରେ ନିତିଦିନିଆ ଖବର ଦେଉଛି ମିଡିଆ , ପାଣି ଗରା ଟି ପାଈଁ ବସ୍ତି ମୁଣ୍ଡ ରେ ନିତି ମିଣିପେଙ୍କ ଝଗଡା ଶୀତ ତାପ ଯନ୍ତ୍ର ଭିତରେ ବାବୁ ବାବୁଆଣି ଙ୍କ ଖେଳ ଦିନ ଦ୍ୱିପ୍ରହର ରେ, ତାଙ୍କ କୁକୁରଙ୍କ ପାଇଁ ସୋଫା ଆଉ କୁଳର ଆସିଗଲା ପରା ଜାଳିବାକୁ ଖାଲି ------------- ରାମୁ ରିକ୍ସାଵାଲାକୁ, ବସ୍ତିତଳିଆ ସହରବାସୀଙ୍କୁ କାଳ ବୈଶାଖୀର ଫତ୍ୱହା କାଳ ବୈଶାଖୀର ଫତ୍ୱହା । (୪)

ରାମ ବିଶୋଇ ରାୟଗଡ଼ା ତା-୨୭-୦୪-୧୬ ସମୟ-୪ ଟା । Picture- A fine art by Rasmita Panda


Rate this content
Log in