STORYMIRROR

Banalaxmi Mohanty

Others

3  

Banalaxmi Mohanty

Others

କାଳବୈଶାଖୀ

କାଳବୈଶାଖୀ

1 min
209


କୋଉଠି ଥିଲା

କଳାହାଣ୍ଡିଆ ମେଘ

ଅନ୍ଧାର କରି 

ଘୋଟିଆସିଲା

ଦେଖାଇ ତାର ବାଗ।। 


ପବନ ସାଥିରେ

ବିଜୁଳି ଘଡଘଡି 

ପବନ ଖରେ ବୋହେ

ଦେଖାଇ ତାର କରାମତି

ସେ ଗଛ ଓପାଡି ଦିଏ।। 


ଆମ୍ବ ଗଛରୁ

ପାଚିଲା କଞ୍ଚା 

ଆମ୍ଵ ସେ ଝାଡିଦିଏ

 ଚାଳ ଛପର ଘରକୁ ସିଏ

 ପୁଣି ଉଡାଇ ନିଏ।। 


ଅଦିନ ମେଘ

 ଆସି ସହସା

କରଇ ବହୁ କ୍ଷତି

 ପ୍ରକୃତି ମାତା ଯାଇଛି ରାଗି

 ଦାୟୀ ମଣିଷ ଜାତି।। 


 ସ୍ଵାର୍ଥ ପାଇଁ କି

 ଜଙ୍ଗଲ ସବୁ

କରୁଛି ସିଏ ନଷ୍ଟ

 ସେଥିପାଇଁ କି

 ପ୍ରକୃତି ମାତା ହୋଇଛି ଆଜି ରୁଷ୍ଟ।।




Rate this content
Log in