କାଳବୈଶାଖୀ
କାଳବୈଶାଖୀ
1 min
255
କୋଉଠି ଥିଲା
କଳାହାଣ୍ଡିଆ ମେଘ
ଅନ୍ଧାର କରି
ଘୋଟିଆସିଲା
ଦେଖାଇ ତାର ବାଗ।।
ପବନ ସାଥିରେ
ବିଜୁଳି ଘଡଘଡି
ପବନ ଖରେ ବୋହେ
ଦେଖାଇ ତାର କରାମତି
ସେ ଗଛ ଓପାଡି ଦିଏ।।
ଆମ୍ବ ଗଛରୁ
ପାଚିଲା କଞ୍ଚା
ଆମ୍ଵ ସେ ଝାଡିଦିଏ
ଚାଳ ଛପର ଘରକୁ ସିଏ
ପୁଣି ଉଡାଇ ନିଏ।।
ଅଦିନ ମେଘ
ଆସି ସହସା
କରଇ ବହୁ କ୍ଷତି
ପ୍ରକୃତି ମାତା ଯାଇଛି ରାଗି
ଦାୟୀ ମଣିଷ ଜାତି।।
ସ୍ଵାର୍ଥ ପାଇଁ କି
ଜଙ୍ଗଲ ସବୁ
କରୁଛି ସିଏ ନଷ୍ଟ
ସେଥିପାଇଁ କି
ପ୍ରକୃତି ମାତା ହୋଇଛି ଆଜି ରୁଷ୍ଟ।।
