STORYMIRROR

susmita mohapatra

Others

3  

susmita mohapatra

Others

କାଳାନ୍ତର

କାଳାନ୍ତର

1 min
12.2K

ସୁନ୍ଦର ଧରା ସବୁଜିମା ଭରା

ଶୁଦ୍ଧ ପବନ ପାଣି,

ନାନା ଫୁଲ ଫଳେ ଶୋଭା ପାଉଥିଲା

ସୁଖେ ଥିଲେ କେତେ ପ୍ରାଣୀ l

କେଉଁ ବର୍ବର ରଚି ଧ୍ୱଂସର

ବିଭୀଷିକା ବାର ବାର,

ଉଜୁଡାଇ ଦେଲା କେତେ ନିରୀହର

ଲୀଳା ଖେଳା ବସା ଘର l

ନଫିଟୁଣୁ ଆଖି ଶିଶୁ ଶାବକର

ଫୁଟିଯାଏ ଏଠି ବୋମା,

କିଏ ଵା କାହାକୁ କରିବ ଆଶ୍ରା

ଭରସା ପାଏନା ଜମା l

ଛାଇ ପଡିଗଲେ ନାହି ଡିଏଁ କା'ର

ବନ୍ଧୁ ହେଉ ଵା ସଖା,

ପଡୋଶୀ ପାରେନା ପଡୋଶୀକୁ ସହି

ପିନ୍ଧି ଛଳନା ମୁଖା l

ଲାଗେ ପ୍ରହସନ ସବୁ ଅଭିଯାନ

ସ୍ୱାସ୍ଥ୍ୟ ହେଉ ଵା ସେବା,

ସରକାରଙ୍କର ସ୍ୱଚ୍ଛ ଭାରତ

ଗଠନ ପ୍ରୟାସ ଅବା l

କର୍ମ ଜୀବନ ଜଞ୍ଜାଳ ପରେ

ଚାହିଁଲେ ଗାଆଁକୁ ଫେରି,

ଦିଶଇ ପକ୍କା ସଡ଼କ ସଉଧ

ନଣ୍ଡା ପାହାଡ଼ ଗିରି l

ଗାଆଁ ତୋଟା ମାଳ କ୍ଷେତ ନଈ ନାଳ

ନଦିଶେ ଶ୍ୟାମଳ ଶିରୀ,

ପୁଣ୍ୟ ଭୂମି ଓ ଶୂନ୍ୟ ଭୂମାରେ

ବିଷ ଯାଇଥାଏ ଚରି l

ଜାଗ୍ରତ ହେଲେ ଜନତା ସମେତ

ସରକାର ପ୍ରଶାସନ,

ଫେରିବ ଅତୀତ ଶୁଦ୍ଧ ସତେଜ

ପରିବେଶ ଶ୍ୟାମ ବନ ll



Rate this content
Log in