STORYMIRROR

Bijaylaxmi Behera

Others

3  

Bijaylaxmi Behera

Others

କାଳ

କାଳ

1 min
147

ଏଇ ମାତ୍ର ରୁଟି ସେକା ସରିଛି

କଢ଼ାରେ ତରକାରୀ ଫୁଟୁଛି

ଥାଳି ସଜ କରି ଚୁଲି ମୁଣ୍ଡରେ

ଲଙ୍କା ଲୁଣ ରଖା ହେଇଛି

ବାସ ଖାଇବା ପାଇଁ ଆଉ ଲୋକଟା ଯେ ନାହିଁ

ନିଃଶ୍ୱାସଟା ପର କରି

ହାତ ଛାଡି ଚାଲି ଗଲାଣି

ଅଧା ରହିଗଲା ବାକି କାହାଣୀ

ବିକଳ ହୋଇ ଦୟନୀୟ ସ୍ବପ୍ନ ସବୁ ମାଗୁଛନ୍ତି ମେଲାଣି

ଶ୍ବାନ ମାନେ ବାହୁନିଲେଣି

ଅଘଟଣ ର ବାସ୍ନା ପାଇଁ

ପୃଥିବୀ ଗୁମସୁମ ହେଲାଣି

ବର୍ଷି ଯିବକି ଆଉ କୋହ ସବୁ

ଭିଜେଇ ଦେବକି ଛାତି

ଧୀରେ ଧୀରେ ସାନ୍ଦ୍ର ହେଉଛି କାଳରାତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍