STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

କାଲି ଯଦି ମୁଁ ନ ରୁହେ

କାଲି ଯଦି ମୁଁ ନ ରୁହେ

1 min
315



ସମୟ ର ହାତ ଧରି

ଦୁନିଆ କୁ ପର କରି..

ଗୁମାନ୍ ର ଗୋପନ ଗଳି ରେ

ତିକ୍ତ ପ୍ରେମ ର ଜାଲ ବୁଣି

ପରିତ୍ୟକ୍ତ ଅନ୍ତେବାସୀ ହୋଇ..

କାଲିଯଦି ମୁଁ

ଆସିବିନି ଫେରି..

ତୁମେ..

ମନେ ରଖିବ ଟି ମୋତେ

ମନୁଆଁ ମନ ରୁ ତୁମ

ଦେବନି ପାଶୋରୀ..

ମୁଁ ଗଲା ପରେ..

ମୋ କୀର୍ତ୍ତି ବର ଓହଳ ସବୁ

ତୁମ ମନେ..

ଝୁଲି ପଡୁଥିବ

ବେତାଳ ର ଇଛା ପରି..

ମୋ ପ୍ରିତି ମଉଳା ଫୁଲ

ସାଉଣ୍ଟିଲେ ସାଉଣ୍ଟିବ

ହୃଦୟେ ଜାବୁଡି ଧରି...

ଜାଣିଛି..

ମୋ ହାତ ର ନିଆଁ ବାଣ

ପକେଇ ତମକୁ ରାଣ

ନିହାତି ବାଧ୍ୟ କରିବେ

ହେବାକୁ ଝୁରି..

ତୁମେ ବାନ୍ଧିନେବ..

ତୁମ ରଙ୍ଗ ହୀନ ଜୀବନ ର

ବେରଙ୍ଗ ଲୁଗା କାନି ରେ

ତୁମ ଏକଲାପଣ..

ବେସାହାରା ଅଣ୍ଟାର

ଦମ୍ଭପଣ..

ଆଉ..

ଖୋଜିନେବ

ବଞ୍ଚିବା କାରଣ..

ଜାଣୁଥିବ..

ମୁଁ ଅଫେରା ଚାନ୍ଦିନୀ ଟେ

ତୁମେ ତୁଷାର୍ତ୍ତ ଚକୋରୀ..

ମୁଁ ସ୍ମୃତି ର ନଇ ଟେ

ତୁମେ ମୋ ଦେହେ ଭଉଁରି..

ତଥାପି ତୁମେ

ଘର କୋଣେ କାନ୍ଦିବନି..

ମନେ ଦମ୍ଭ ଭାଙ୍ଗିବନି..

ସତରେ ନହେଲେ ନାହିଁ

ସପନ ରେ ଥରେ ଅଧେ

ଆସିବି ମୁଁ ଫେରି..

କାହାଣୀ ନହେଲେ ନାହିଁ

ତୁମ ଓଠେ ଝରୁଥିବି

ନିଜକୁ ସଜେଇ

ପୁରୁଣା ଡାଏରୀ ର

ଦରଦି ସାୟରୀ..

ହଁ ପ୍ରିୟା..

ଆସୁଥିବି ଫେରି..

ତୁମ ଜୀବନ ରେ

ନିଶିଗନ୍ଧା ପରି..

ସମ୍ପର୍କ ମହକେ ମହକେଇ

ଦିଗନ୍ତ ସେପାରି ରୁ

ତୁମ ହୃଦୟ ଏପାରି...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍