କାକର
କାକର
ତୁ ସିନା ଫିଙ୍ଗି ଦେଉ
ତୋର ସେହି ଜଳୀୟବାଷ୍ପକୁ
ହେଲେ....................
ଏ ଶୀତୁଆ ରାତିର ନିମ୍ନ ପାରଦ ,,
ଦିଏ ତାକୁ ନୂତନ ଅବୟବ ।
ଯେବେ ତାହା ଆସି ଛୁଏଁ
ଏ ଘାସ ଗାଲିଚାକୁ ,,
ଇସ୍.............................
ମୁଁ ତ ଲାଜେଇ ଯାଏ
ପିନ୍ଧି ସେ ମୁକୁତାର ମୁକୁଟକୁ ।
ସେହି ଚକ୍ ଚକ୍ ଦିଶୁଥିବା
କେତୋଟି ବିନ୍ଦୁ
ଲାଖିଯାଏ ଯେବେ
ବୁଢିଆଣୀର ବସାରେ ,,
ଆହାଃ.........................
ଆଧୁନିକ ଟିସୁ ଶାଢୀ ଟି ପରି
ଲାଗେ ସେ ସୁନ୍ଦର ,ଅତି ସୁନ୍ଦର ।
ଗୋଲାପ ପାଖୁଡା ଟି ଲାଗେ
ଆହୁରି ମନୋହର
ସୌନ୍ଦର୍ଯ୍ୟତା ସହ ଯେବେ
ଔଜଲ୍ୟତା ମିଶେ ,,,
ସତରେ.........................
ଘଟିଯାଏ କିଛି ଅତି ଆକର୍ଷଣୀୟ ।
କେଜାଣି କି ଚମତ୍କାରିତା ଅଛି
ସେହି କେଇ ବୁନ୍ଦାରେ
ଯାହା ସହସ୍ର ଗୁଣିତ କରାଏ
ପ୍ରତି ଟିର ରୂପକୁ ,,
କି ଶ୍ୟାମଳ ,କି ପାକଳ...........
ସବୁଠି ଛାଇଯାଏ ତାର ଯାଦୁର ଗରିମା ।
ପ୍ରତି ଥର ତୁ ଏମିତି
ଫିଙ୍ଗି ଦେଉଥା.........
ଆଉ ଏ ବାୟୁର ସ୍ତର ,,,
ପ୍ରତିଥର ବଦଳାଇ ଦେଉ ତାକୁ
ସେହି କ୍ଷୁଦ୍ର ବୃତ୍ତାକାର ଜଳବିନ୍ଦୁରେ
ଝଲସି ଉଠୁ ଏ ଧରା ତାର ଇନ୍ଦ୍ରଜାଲରେ ।
●●Priyadarsini Das ●
●Asst teacher .R.K.U.P.School,Vellora●
●Vellora,Basta,Balasore●
