STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

କାକର ବିନ୍ଦୁ ଏ ଜୀବନ

କାକର ବିନ୍ଦୁ ଏ ଜୀବନ

1 min
245

କାକର ବିନ୍ଦୁ ଏ ଜୀବନ

ଦାରୁଣ ସମୟ ଲୁଟିନେବ କାଳେ

ଦିଅ କିଛି ମୃଦୁ ଚୁମ୍ବନ

କାକର ବିନ୍ଦୁ ଏ ଜୀବନ..!!


କାକର ବିନ୍ଦୁ ଏ ଜୀବନ

ସେ ଚୁମ୍ବନ ସ୍ପର୍ଶ ହୃଦ କୋଣାରକେ

ରଚୁ ପ୍ରୀତି ଗୀତି କୀର୍ତ୍ତନ 

କାକର ବିନ୍ଦୁ ଏ ଜୀବନ..!!


କାକର ବିନ୍ଦୁ ଏ ଜୀବନ

ସବୁ ନିଦ ଭରୁ ମୋ ଆଖି ପଲକେ

ତୁମ ନାମେ ଯେତେ ସପନ

କାକର ବିନ୍ଦୁ ଏ ଜୀବନ..!!


କାକର ବିନ୍ଦୁ ଏ ଜୀବନ

ମାଟି ସଂଗେ ମାଟି ମିଶିବା ଆଗରୁ

କୋଳେ ନିଅ ଜଗ ମୋହନ

କାକର ବିନ୍ଦୁ ଏ ଜୀବନ..!!


କାକର ବିନ୍ଦୁ ଏ ଜୀବନ

ମନ ପଞ୍ଚବଟୀ ଦେବନି ଗୋ ଲୁଟି

ସହିପାରିବିନି ଦହନ

କାକର ବିନ୍ଦୁ ଏ ଜୀବନ..!!


କାକର ବିନ୍ଦୁ ଏ ଜୀବନ

ମୋହ ମାୟା ପଙ୍କେ ଖସିଗଲି ପ୍ରଭୁ

ଉଦ୍ଧାର ହେ' ରଙ୍କ ରତନ

କାକର ବିନ୍ଦୁ ଏ ଜୀବନ..!!


Rate this content
Log in